ହ୍ରାସ ପାଇଲା ଦର ଏଲପିଜି
1 min readନୂଆଦିଲ୍ଲୀ: ଖାଉଟିଙ୍କୁ ଆଶ୍ବସ୍ତି । ମାସ ଆରମ୍ଭରୁ ଶସ୍ତା ହେଲା ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ । ଆଜିଠାରୁ ସିଲିଣ୍ଡରର ମୂଲ୍ୟ ୧୯୮ ଟଙ୍କାକୁ ହ୍ରାସ କରାଯାଇଛି । ଫଳରେ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୨୦୨୧ ଟଙ୍କାକୁ ହ୍ରାସ ପାଇଛି । ପୂର୍ବରୁ ଏହାର ମୂଲ୍ୟ ୨୨୧୯ ଟଙ୍କା ଥିଲା ।
ଦେଶର ଅନେକ ସହରରେ ମଧ୍ୟ ସିଲିଣ୍ଡର ମୂଲ୍ୟ ହ୍ରାସ ପାଇଛି । କୋଲକାତାରେ ସିଲିଣ୍ଡରର ମୂଲ୍ୟ ୧୮୨ ଟଙ୍କାକୁ ହ୍ରାସ ହୋଇଥିବା ବେଳେ ମୁମ୍ବାଇରେ ୧୯୦.୫୦ ଟଙ୍କା ହ୍ରାସ ପାଇଛି । ସେହିପରି ଚେନ୍ନାଇରେ ୧୮୭ ଟଙ୍କା ରହିଛି । ଓଙଉଖ ତରଫରୁ ଏହି ନୂଆ ଦର ଜାରି କରାଯାଇଛି । ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ ଅପରିବର୍ତ୍ତିତ ରହିଛି । ଗତ ମେ ମାସ ୧୯ରେ ଏହି ଦରରେ ପରିବର୍ତ୍ତନ କରାଯାଇଥିଲା ।