Pratidin TV

Odisha's Digital News Platform

ଖାଉଟିଙ୍କୁ ମହଙ୍ଗା ମାଡ : ପୁଣି ବଢିଲା ଏଲପିଜି ସିଲିଣ୍ଡର ଦର,ଜାଣନ୍ତୁ ଆପଣଙ୍କ ସହରରେ କେତେ ବଢିଲା ?..

1 min read


ନୂଆଦିଲ୍ଲୀ : ପ୍ରତିମାସ ପ୍ରଥମ ତାରିଖଭଳି ଆଜି ୧ ମାର୍ଚ୍ଚ ୨୦୨୩ ରେ ଦେଶରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଏସବୁ ଭିତରେ ଖାଉଟି ମାନଙ୍କ ଚିନ୍ତା ପୁଣି ବଢିଲା । କାରଣ ଦେଶରେ ଲଗାତର ଏଲପିଜି ସିଲିଣ୍ଡର ଦରଦାମ୍ ବଢିବାରେ ଲାଗିଛି । ଯାହ ଆଜି ମଧ୍ୟ ପରିବର୍ତ୍ତନ ହୋଇଛି ।

ପୂର୍ବରୁ ଭୁବନେଶ୍ୱରରେ ଏଲପିଜି ଦର ୧ ହଜାର ୭୯ ଟଙ୍କା ଥିଲା। ଏବେ ୫୦ ଟଙ୍କା ବଢି ୧୧ ଶହ ୨୯ ଟଙ୍କା ହୋଇଛି। ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ଦର ବଢି ୧୧୦୩ ଟଙ୍କା ହୋଇଛି।ସେହିପରି କମର୍ସିଆଲ ଏଲପିଜି ସିଲିଣ୍ଡର ଦର ମଧ୍ୟ ୩୫୦ ଟଙ୍କା ୫୦ ପଇସା ବଢିଛି। ଦର ବଢ଼ିଥିବା ଯୋଗୁଁ ଖାଉଟିଙ୍କ ମଧ୍ୟରେ ନାହଁନଥିବା ଅସନ୍ତୋଷ ଦେଖାଇଛି।
ଯଦି ଆମେ ଦେଶର ଅନ୍ୟ ସହରମାନଙ୍କୁ ଦେଖିବା ତେବେ କୋଲକାତାରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୭୯ ଟଙ୍କାରୁ ୧୧୨୯ ଟଙ୍କା କରିଦିଆଯାଇଚି । ସେହିଭଳି ଚେନ୍ନାଇରେ ପୂର୍ବରୁ ୧୦୬୮.୫୦ ଟଙ୍କାରେ ମିଳୁଥିବା ଗ୍ୟାସକୁ ବଢାଯାଇ ୧୧୧୮.୫ ଟଙ୍କା କରାଯାଇଛି । ଆମେ ଆପଣମାନଙ୍କୁ କହିଦେବାକୁ ଚାହୁଛୁ ଯେ ପ୍ରତି ମଙ୍କସର ପ୍ରଥମ ସପ୍ତାହ ତଥା ୧ ତାରିକଖୁ ଏଲପିଜି ନିଜ ଦାରଦାମ୍‌ରେ ପରିବର୍ତ୍ତନ କରିଥାଏ ।

Advertisement

ଅନ୍ୟପଟେ ଘରୋଇ ଗ୍ୟାସ ସିଲିଣ୍ଡର ସହ ୧୦ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୩୫୦.୫୦ ପାଇସା ବଢିଛି । ଦିଲ୍ଲୀରେ ଏହି କମର୍ସିଆଲ ଗ୍ୟାସର ମୂଲ୍ୟ ୧୭୬୯ ଟଙ୍କାରୁ ବଢି ୨୧୧୯.୫ ପଇସା ବଢିଛି । ସେହିଭଳି ମୁମ୍ବାଇରେ ୧୭୨୧ ଟଙ୍କାରୁ ବଢି ୨୦୭୧.୫ ପଇସାରେ ପହଞ୍ଚିଛି । କୋଲକାତାରେ ୧୮୭୦ ଟଙ୍କାରୁ ୨୨୨୧.୫ ଏବଂ ଚେନ୍ନାଇରେ ୧୯୧୭ ଟଙ୍କାରୁ ବଢି ୨୨୬୮ ରେ ପହଞ୍ଚିଛି କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ।

Leave a Reply

Your email address will not be published. Required fields are marked *