ନୂଆ ବର୍ଷରେ ଗ୍ରାହକଙ୍କୁ ମହଙ୍ଗାମାଡ : ବଢିଲା ଏଲପିଜି ସିଲିଣ୍ଡର ଦାମ୍
1 min readନୂଆଦିଲ୍ଲୀ : ୩୧ ଡିସେମ୍ବରରେ ବର୍ଷର ଶେଷ ଦିନକୁ ବିଦାୟ ଦେଇ ନୂଆ ବର୍ଷର ନୂଆ ଖୁସିପାଇଁ ଝୁମିଉଠିଥିଲେ ପୁରା ଦେଶବାସୀ । କିନ୍ତୁ ବର୍ତ୍ତମାନ ସକାଳୁ ସକାଳୁ ଦେଶବାସିଙ୍କ ପାଇଁ ସରକାର ଦେଲେ ଏଭଳି ଝଟ୍ କା । ବର୍ଷ ଆରମ୍ଭରୁ ହିଁ ଦେଶବାସିଙ୍କୁ ପଡିବ ମହଙ୍ଗା ମାଡ । କାରଣ ବଢିଲା ଏଲପିଜି ସିଲିଣ୍ଡର ଦାମ୍ ।
ମିଳିଥିବା ସୂଚନା ଅନୁଯାୟୀ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ପୁଣିଥରେ ବଢିଛି । ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ୨୫ ଟଙ୍କା ଯାଏଁ ଦର ବୃଦ୍ଧି କରାଯାଇଛି ।
ତେବେ ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ଦାମ୍ ୧୭୨୧ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଘରୋଇ ବା ୧୫ କିଗ୍ରା ସିଲିଣ୍ଡର ଦାମ୍ରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ ।