Pratidin TV

Odisha's Digital News Platform

(ଭିଡିଓ) ଧନତେରାସରେ ଘଟିଲା ଅଘଟଣ,ରାସ୍ତା ମଝିରେ ଓଲଟି ପଡିଲା ଏଲପିଜି ଗ୍ୟାସ ଟ୍ରଲର

ପାରାଦୀପ: ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡିଲା ଗ୍ୟାସ ବୋଝେଇ ଟ୍ରଲର । ପାରାଦୀପ ହାତି ତେଲ ଟାଙ୍କି ନିକଟରେ ଘଟିଛି ଏହି ଦୁର୍ଘଟଣା । ପାରାଦୀପ ତୈଳ ବିଶୋଧନାଗାର ରୁ ଏଲପିଜି ଲୋଡ଼ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ୟାଙ୍କର ଓଲଟି ପଡିଥିଲା । ତେବେ ଏଥିରେ କୌଣସି ଅଘଟଣ ଘଟି ନଥିବା ବେଳେ ଲକଥାନା ପୋଲିସ ପହଞ୍ଚି ରାସ୍ତା ସିଲ କରିଦେଇଛି । ଗୋଟିଏ ପାର୍ଶ୍ୱ ରେ ଯାନବାହାନ ଚଳାଚଳ କରୁଥିବା ବେଳେ ଘଟଣା ସ୍ଥଳ ରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚିବା ସହ କିଭଳି ଗ୍ୟାସ ବୋଝେଇ ଟ୍ରଲର ଟିକୁ ଉଠାଯାଇପାରିବ ଏ ନେଇ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଏଲପିଜି ଲୋଡ଼ ଥିବା ଟ୍ରଲର ଟି ଓଲଟି ପଡିବା ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି ।

Leave a Reply

Your email address will not be published. Required fields are marked *