Pratidin TV

Odisha's Digital News Platform

ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ଲେଫ୍ଟନାଣ୍ଟ ଜେନେରାଲ

1 min read

ନୂଆ ଦିଗ ନେବାରେ ଲାଗିଛି ଭରତପୁର ଥାନାରେ ପୋଲିସଙ୍କ ଦୁର୍ବ୍ୟବହାର ମାମଲା | ଗୋଟେପଟେ ପୋଲିସର ବୟାନ ଓ ଅନ୍ୟପଟେ ମେଜରଙ୍କ ବାନ୍ଧବୀ କାନ୍ଦି କାନ୍ଦି କହିଥିବା ସେହି ଲୋମଟାଙ୍କୁରା କଥା ଯାହାକୁ ନେଇ କିଏ ସତ କହୁଥିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଏହି ଭିତରେ ହାଇକୋର୍ଟ ଜଷ୍ଟିସଙ୍କୁ ଚିଠି ଲେଖିଲେ ସସେନା କମାଣ୍ଡର | ଲେଫ୍ଟନାଣ୍ଟ ଜେନେରାଲ PS ଶେଖାୱତ୍ ଚିଠି ଲେଖିଛନ୍ତି | ଏହି ମାମଲାକୁ ଗୁରୁତର ଭାବେ ନେଇ ହସ୍ତକ୍ଷପ କରିବାକୁ ଅନୁରୋଧ କରିଛନ୍ତି |

PS ଶେଖାୱତ୍ ଆହୁରି ଉଲ୍ଲେଖ କରିଛନ୍ତି, ଥାନାକୁ ସୁରକ୍ଷା ମାଗିବାକୁ ଯାଇଥିବା ସେନା ଅଧିକାରୀଙ୍କୁ ପୋଲିସ ପିଟିଛି । ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି। ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି। ମାମଲାକୁ ଗୁରୁତ୍ବର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ସେନା ଅଧିକାରୀ । ଏହି ଘଟଣା କେବଳ ଗଣମାଧ୍ୟମ ନୁହେଁ ସମସ୍ତ ସାମାଜିକ ଗଣାମଧ୍ୟମରେ ଲୋକଙ୍କ ଆକ୍ରୋଶକୁ ପ୍ରଜ୍ଵଳିତ କରିଛି | ତେବେ ଏହି ଘଟଣାରେ ମହିଳାଙ୍କୁ ତୁରନ୍ତ ଜାମିନ ଦେବା ସହ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ତଦନ୍ତ ସିସିଟିଭି ଅଧୀନରେ କରାଗଲେ ତଦନ୍ତ ନିରପେକ୍ଷ ହେବା ସହ ବ୍ୟକ୍ତିର ମାନବୀୟ ଅଧିକାର ଉଲଂଘନ ହେବ ନହିଁ ବୋଲି ଶ୍ରୀ ଶେଖାୱତ୍ ନିଜ ଚିଠିରେ କରିଛନ୍ତି ଉଲ୍ଲେଖ |

Advertisement

ତେବେ ଏହାରି ମଧ୍ୟରେ ଏହି ଭରତପୁର ଥାନା ଘଟଣାରେ ନୂଆ ମୋଡ଼ ଆସିବାରେ ଲାଗିଛି, ସିସିଆଲ ମିଡିଆରେ ଭାଇରାଲ ହେଉଛି ସେହି କାଳ ରାତିର ଭିଡ଼ିଓ | କିପରି ସେହି ରାତିରେ କିଛି ଯୁବକ ଅଙ୍କିତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ସେ ଏକାକୀ ଭାବରେ କିଛି ଯୁବକଙ୍କ ସହ ନିଜକୁ ରକ୍ଷା କରିବା ପାଇଁ ଅଙ୍କିତ ଲଢ଼ିଥିଲେ ତାହାର ଭିଡ଼ିଓ ସାମ୍ନାକୁ ଆସିଛି |

Leave a Reply

Your email address will not be published. Required fields are marked *