Pratidin TV

Odisha's Digital News Platform

ସୁନ୍ଦରତା ପାଇଁ ଅଲିମ୍ପିକ୍ସରୁ ବିଦା ହେଲା ମହିଳା ସନ୍ତରଣକାରୀ , ଆସିଲା କ୍ରୀଡ଼ାବିତ୍‌ଙ୍କ ଧ୍ୟାନ ଭଙ୍ଗ ଅଭିଯୋଗ..

1 min read

ସୁନ୍ଦରୀଙ୍କୁ ଅଲମ୍ପିକ୍ସ ମନା । ପ୍ୟାରିସ୍ ଅଲିମ୍ପିକ୍ସରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଶ୍ୱରେ କ୍ରୀଡ଼ା ପ୍ରେମୀଙ୍କୁ ପୁରାପୁରି ଆଶ୍ଚର୍ଯ୍ୟ କରିଦେଇଛି  । ଅଧିକ ସୁନ୍ଦର ହୋଇଥିବାରୁ ଅଲମ୍ପିକ୍ସ ବିଦା ହେଲେ ମହିଳା ସନ୍ତରଣକାରୀ ।  ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି  । ସେହି ମହିଳା ସନ୍ତରଣକାରୀ ହେଉଛନ୍ତି ପାରାଗୁଏର ଲୁଆନା ଆଲୋନ୍‌ସୋ। ସେ ଚଳିତଥର ଅଲିମ୍ପିକ୍ସ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିପାଇଁ ସେ ନିଜ ଦେଶର ଖେଳାଳିମାନଙ୍କ ସହିତ ପ୍ୟାରିସରେ ପହଞ୍ଚିଥିଲେ। ପ୍ରତ୍ୟେକ ଦେଶ ପାଇଁ ତିଆରି ହୋଇଥିବା କ୍ରୀଡ଼ା ଗ୍ରାମରେ ସେ ଅନ୍ୟ ଖେଳାଳିମାନଙ୍କ ସହିତ ରହୁଥିଲେ। ସେ ଭାଗ ନେଇଥିବା ସନ୍ତରଣ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ପହଞ୍ଚିବାରେ ବିଫଳ ହୋଇଥିଲେ। ଏହା ପରେ ସେ ନିଜ ଦେଶ ପାଇଁ ନିର୍ମିତ କ୍ରୀଡ଼ା ଗ୍ରାମରେ ରହୁଥିଲେ। କିନ୍ତୁ ତାଙ୍କୁ ସେଠାରୁ ତାଙ୍କୁ ନିଜ ଦେଶକୁ ଫେରିଯିବାକୁ କୁହାଯାଇଛି।

ତାଙ୍କ ଦେଶ ହିଁ ତାଙ୍କୁ ଫେରାଇ ନେଇଛି। ତେବେ ଏହାର କାରଣ ଯେତେବେଳେ ସାମ୍ନାକୁ ଆସିଲା ସମସ୍ତଙ୍କୁ ଚକିତ କରିଦେଇଛି । ଆଲୋନ୍‌ସୋଙ୍କ ଦେଶର ଅନେକ କ୍ରୀଡ଼ାବିତ ଅଲିମ୍ପିକ୍ସର ବିଭିନ୍ନ ଇଭେଣ୍ଟରେ ଭାଗ ନେଉଛନ୍ତି। କିନ୍ତୁ ଆଲୋନ୍‌ସୋଙ୍କ କାରଣରୁ କ୍ରୀଡ଼ାବିତ୍‌ମାନେ ଭଲ ଭାବରେ ନିଜ ନିଜ ଇଭେଣ୍ଟରେ ଫୋକସ୍‌ କରିପାରୁ ନ ଥିଲେ। ଏହାର କାରଣ ଥିଲା ତାଙ୍କ ସୁନ୍ଦରତା। ତାଙ୍କ ସୌନ୍ଦର୍ଯ୍ୟ ନିଜ ଦଳର ସାଥୀ ଖେଳାଳି ଏବଂ ଦେଶର କ୍ରୀଡ଼ାବିତମାନଙ୍କୁ ବିମୋହିତ କରିବା ସହିତ କ୍ରୀଡ଼ା ପ୍ରତି ସେମାନଙ୍କ ଧ୍ୟାନ ଭଙ୍ଗ କରୁଥିଲା। କିନ୍ତୁ ଏଥିରେ ଆଲୋନ୍‌ସୋଙ୍କ ତରଫରୁ କୌଣସି ତ୍ରୁଟି ନ ଥିଲା। ନିଜ ଦେଶର ଖେଳାଳିମାନେ ହିଁ ତାଙ୍କୁ ଦେଖି ନିଜକୁ ବିଚଳିତ ବୋଧ କରୁଥିଲେ। ଏହା ଜଣାପଡ଼ିବା ପରେ ନିଜ ଦେଶ ପକ୍ଷରୁ ତାଙ୍କୁ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରୁ ଘରକୁ ଫେରିଯିବାକୁ କୁହାଯାଇଛି।ତେବେ  ଏହାପରେ  ଆଲୋନ୍‌ସୋ  କ୍ରୀଡ଼ା ଗ୍ରାମରୁ ବାହାରିଯିବା ସହିତ କ୍ୟାରିୟରରୁ ଅବସର ବି ଘୋଷଣା କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *