Pratidin TV

Odisha's Digital News Platform

ଶେଷ ଓଭରରେ ମୁମ୍ବାଇକୁ ମାତ ଦେଲା ଲକ୍ଷ୍ନୌ , ଘରୋଇ ମାଟିରେ କଲା ରାଜ୍ …

ଲକ୍ଷେ୍ନା : ମୁମ୍ବାଇକୁ ଶେଷ ଓଭରରେ ମାତ୍ ଦେଲା ଲକ୍ଷ୍ନୌ । ମଙ୍ଗଳବାର ଅଟଳବିହାରି ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍ ଜିତି ପାଣ୍ଡ୍ୟାଙ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲେ । କିନ୍ତୁ ଆରମ୍ଭରୁ ଲକ୍ଷ୍ନୌ ବିପର୍ଯ୍ୟୟର ସାମ୍ନା କରିଥିଲା । ହେଲେ ପରବର୍ତ୍ତୀ ସମୟରେ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା ଲକ୍ଷ୍ନୌ । ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନ୍‌ରେ ହରାଥିଲା ଲକ୍ଷେ୍ନା ଜାଏର୍ଣ୍ଟ ।

ଗୋଟିଏ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ୧୪ ପଏଣ୍ଟସହ ଚତୁର୍ଥକୁ ଖସିଯାଇଥିଲା । ୧୭୮ ରନ୍ ବିଜୟ ଲକ୍ଷରେ ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଶର୍ମା ଏବଂ ଇଶାନ କିଶନ ଭଲ ଆରମ୍ଭ କରିଥିଲେ । କିନ୍ତୁ ୯୦ ରନ୍ ଭାଗୀଦାରୀ ପରେ ଏ ଦୁହେଁ ଅଲଗା ହୋଇଯିବା ମାତ୍ରେ ଲକ୍ଷ୍ନୌ ଚାପ ପକାଇବା ସହ ମ୍ୟାଚ୍‌କୁ ଶେଷ ଭାଗ ପର୍ଯ୍ୟନ୍ତ ନେଇଥିଲା ।

ତେବେ ଶେଷ ୨ ଓଭରରୁ ମୁମ୍ବାଇକୁ ୩୦ ରନ୍ ଆବଶ୍ୟକ ପଡିଥିଲା । ୧୯ ତମ ଓଭରରେ ନବୀନ ଉଲ୍ ହକ୍‌ଙ୍କୁ ଟିମ୍ ଡେଭିଡ୍ ୨ ଛକା ମାରି ୧୯ ରନ୍ ଆଦାୟ କରିବା ପରେ ମୁମ୍ବାଇ ମ୍ୟାଚ୍ ଜିତିଯିବ ବୋଲି ସଭିଏଁ ଧରିନେଇଥିଲେ । ପ୍ରଥମ ଓଭରରେ ୧୩ ରନ୍ ବ୍ୟୟ କରି ଅଭିଯାନ ଆରମ୍ଭ କରିଥିବା ସ୍ଥାନୀୟ ଖେଳାଳି ମୋହସିନ୍ ଖାନ ଶେଷ ଓଭରରେ ୧୧ ରନ୍‌କୁ ଡିଭେଣ୍ଡ କରିଥିଲେ । ଡେଭିଡ୍ ଓ କାମରେନ୍ ଗ୍ରିନ୍ କ୍ରିଜ୍‌ରେ ଥିଲେ ମଧ୍ୟ ମୋହସିନ୍ ମାତ୍ର ୫ ରନ୍ ବ୍ୟୟ କରି ମୁମ୍ବାଇକୁ ଜିତିବାରୁ ରୋକିଦେଇଥିଲା ।

Leave a Reply

Your email address will not be published. Required fields are marked *