Pratidin TV

Odisha's Digital News Platform

ସରିବାକୁ ଯାଉଛି ୨୦୨୩ ବର୍ଷ, ଶେଷ ଥର ପାଇଁ ଆସୁଛି ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ତାରିଖ ଆଉ ସମୟ..

1 min read

ସରିବାକୁ ଆସିଲାଣି ବର୍ଷ । ଆଉ ମାତ୍ର ରହିଛି ୨ମାସ । ତେବେ ୨୦୨୩ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮-୨୯ ଅକ୍ଟୋବରରେ ହେବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ଶରଦ ପୂର୍ଣ୍ଣିମା ଦିନ ପଡିବ । ଯାହା ଭାରତରେ ମଧ୍ୟ ଦୃଶ୍ୟମାନ ହେବ । ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣ ହେଉଛି ଗୁରୁତ୍ୱପୂର୍ଣ୍ଣ ଜ୍ୟୋତିର୍ବିଜ୍ଞାନ ଘଟଣା ଯାହା ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ବିଶେଷ ମହତ୍ୱ ରହି ଆସିଛି । ୨୦୨୩ ମସିହାରେ ଚାରୋଟି ଚନ୍ଦ୍ରଗ୍ରହଣ ଘଟିଥିଲା, ସେଥିମଧ୍ୟରୁ ୨ ଟି ସୂର୍ଯ୍ୟ ଏବଂ ୨ ଟି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅକ୍ଟୋବର ୨୮ ରେ ଘଟିବାକୁ ଯାଉଛି । ଯେତେବେଳେ କି ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ ରେ ଦୃଶ୍ୟମାନ ହୋଇଥିଲା । ହିନ୍ଦୁ ଧର୍ମରେ ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ ସମୟ ଶୁଭ କାର୍ଯ୍ୟ କରିବାକୁ ମନା କରାଯାଏ ।ଏହା ଅଶୁଭର ସଙ୍କେତ ଦେଇଥାଏ । ଏହି କାରଣରୁ ସୂର୍ଯ୍ୟ କିମ୍ବା ଚନ୍ଦ୍ର ଗ୍ରହଣରେ ପୂଜାପାଠ କରାଯାଏ ନାହିଁ କିମ୍ବା ଗ୍ରହଣ ସମୟରେ ମନ୍ଦିରର କବାଟ ଖୋଲାଯାଏ ନାହିଁ । ଗତ ସପ୍ତାହରେ, ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ୧୪ ଅକ୍ଟୋବରରେ ହୋଇଥିଲା ଏବଂ ବର୍ତ୍ତମାନ ଠିକ୍ ୧୫ ଦିନ ପରେ ଅର୍ଥାତ୍ ୨୮ ଅକ୍ଟୋବରରେ, ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି ।
ତେବେ ଆପଣ ଜାଣିଛନ୍ତି କି ଚନ୍ଦ୍ରଗ୍ରହଣ କିଭଳି ଦେଖାଯାଏ ?
ଚନ୍ଦ୍ରଗ୍ରହଣ ଏକ ପ୍ରକାର ଜ୍ୟୋତିର୍ବିଜ୍ଞାନ ଘଟଣା । ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସିବା ପରେ ଏହା ଘଟିଥାଏ । ଏହି କାରଣରୁ ପୃଥିବୀର ଛାୟା ଚନ୍ଦ୍ରରେ ଦୃଶ୍ୟମାନ ହୋଇଥାଏ । ଏହିପରି ଆଂଶିକ ଚନ୍ଦ୍ରଗ୍ରହଣରେ, ଚନ୍ଦ୍ରର ଏକ ଅଂଶ ଅଦୃଶ୍ୟ ହୋଇ ଯାଏ ଅର୍ଥାତ ଦେଖିଲେ ଯେପରି କିଛି ଭାବ କଟା ଯାଇଛି ଭଳି ଅନୁଭବ କରିବେ ।
ଚନ୍ଦ୍ରଗ୍ରହଣ କେତେ ଦିନ ପର୍ଯ୍ୟନ୍ତ ରହେ?

ଚନ୍ଦ୍ରଗ୍ରହଣ କେବଳ ଗୋଟେ ଦିନ ପାଇଁ ରହିଥାଏ । ସେ ପୁଣି କିଛି ଘଣ୍ଟା ଧରି ଗ୍ରହଣ ଲାଗିଥାଏ । ଜଣାନ୍ତୁ ଏହାର ସମୟ ..
ଆରମ୍ଭ – ଅପରାହ୍ନ ୧୧ଟା ବାଜି ୩୦ ମିନିଟରୁ ଆରମ୍ଭ
ଶେଷ – ଅପରାହ୍ନରେ୨ଟା ବାଜି ୨୪ ମିନିଟରେ ଶେଷ
ସ୍ପର୍ଶ କାଳ – ଅପରାହ୍ନ ୧ଟା ବାଜି ୦୫ ମିନିଟ
ମାଧ୍ୟା କାଳ – ଅପରାହ୍ନ ୦୧:୪୪
ମୋକ୍ଷ କାଳ – ୨ଟା ବାଜି ୨୪ ମିନିଟ୍‌
ତେବେ ସାରା ବିଶ୍ୱର ଏ ହେଉଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ତେବେ କେଉଁ କେଇଁ ଦେଶରେ ଏହା ଦୃଶ୍ୟମାନ ହେବ ଆସନ୍ତୁ ଜାଣିବା ।
ଭାରତ ଛଡା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର, ପଶ୍ଚିମ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର, ଆଫ୍ରିକା, ୟୁରୋପ, ଏସିଆ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆମେରିକାର ପୂର୍ବ ଉତ୍ତର ଭାଗରେ ଦୃଶ୍ୟମାନ ହେବ ।

Advertisement

Leave a Reply

Your email address will not be published. Required fields are marked *