Pratidin TV

Odisha's Digital News Platform

ଫେରିଲା ମା’କୋଟରାକ୍ଷୀଙ୍କ ପ୍ରତିମୂର୍ତ୍ତି, ପୂଜାର୍ଚ୍ଚନା ଶୋଭାଯାତ୍ରାରେ ଦର୍ପଣ ଗାଁକୁ ଗଲେ ମା’…

1 min read

ଫେରିଲା ମା କୋଟରାକ୍ଷୀଙ୍କ ପ୍ରତିମୂର୍ତ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ଗାଁର ଗ୍ରାମ ଦେବତୀ ମା’ କୋଟରାକ୍ଷୀ । ଗତ ୨୦୨୧ ମସିହା ଜାନୁଆରୀ ୧୧ ରେ ମୂର୍ତ୍ତି ଚୋରୀ ହୋଇଥିଲା । ପରେ ଦିଲ୍ଲୀର ଏୟାରପୋର୍ଟରେ କଷ୍ଟମ ବିଭାଗ ଦ୍ୱାରା ଜବତ ହୋଇଥିଲା । ଚିହ୍ନଟ ପରେ ମୂର୍ତ୍ତି ଫେରାଇ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନିର୍ମଳା ସୀତା ରମଣଙ୍କୁ ଚିଠି ଲେଖି ଅନୁରୋଧ କରିଥଲେ । ଊଝଚ ପ୍ରମୋଦ ମଲ୍ଲିକ ଓ ଗାଁରୁ ଯାଇଥିବା ପ୍ରତିନିଧି ଦଳକୁ ମା’ଙ୍କ ମୂର୍ତ୍ତି ହସ୍ତାନ୍ତର କରାଯିବା ପରେ ଆଜି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ପରିସର କୁ ଅଣାଯାଇଥିଲା । ସେଠାରେ ମା’ କୋଟରାକ୍ଷୀ ମୂର୍ତ୍ତୀକୁ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ଦର୍ପଣ ଗ୍ରାମକୁ ନିଆଯାଇଛି । ଏହି ଶୋଭାଯାତ୍ରାରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ସ୍ଥାନୀୟ ମହିଳା, ଲୋକ ପ୍ରତିନିଧି, ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ବାରିବେଶ ସୃଷ୍ଟି ହୋଇଛି ।

Advertisement

Leave a Reply

Your email address will not be published. Required fields are marked *