ମା ମଙ୍ଗଳା ଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ…
1 min readପୁରୀ: ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଚାଲିଛି ଶାରଦୀୟ ପାର୍ବଣ ପୂଜା ବା ଷୋଳପୂଜା । ସପ୍ତମୀ ତିଥିରେ ପାରମ୍ପରିକ ପ୍ରଥାନୁସାରେ ମା ଙ୍କୁ ପ୍ରସିଦ୍ଧ ସିଂହବାହିନୀ ବେଶରେ ସଜ୍ଜିତ କରାଯାଇଛି । ପୂର୍ବରୁ ମା ଙ୍କୁ ପାଦପଦ୍ମ , ଭୁଜ , ଧନୁ, ତୀର, କମାଣ ପ୍ରଭୁତି ଅସ୍ତ୍ରଶସ୍ତ୍ର ଲାଗି କରାଯାଇଥିଲା । କାଠ ରେ ନିର୍ମିତ ଏକ ସିଂହକୁ ମା ଙ୍କ ପାଦ ପାଖରେ ଏପରି ଲାଗି କରାଯାଇଛି ଯେ, ଦେଖିଲେ ଲାଗୁଥିଲା ମା ସିଂହ ଉପରେ ବିରାଜ ମାନ କରିଛନ୍ତି । ମା ଙ୍କ ଏହି ପ୍ରସିଦ୍ଧ ବେଶ କୁ ଦର୍ଶନ କରିବାକୁ ସଂଧ୍ୟା ରୁ ସ୍ଥାନୀୟ ଅଞ୍ଚଳ ର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ଼ ଲାଗିଥିଲା । ବିଶ୍ୱାସ ରହିଛି ଯେ, ସିଂହ ବାହିନୀ ମା ମଙ୍ଗଳା ଙ୍କ ନିକଟରେ ଯାହା ମାନସିକ କରାଯାଇଥାଏ ତାହା ମା ଙ୍କ ଆଶ୍ରିବାଦ ରୁ ଖୁବ ଶୀଘ୍ର ପୂରଣ ହୋଇଥାଏ। ପୌରାଣିକ ମତ ଅନୁଯାୟୀ ମହିଷାସୁରକୁ ବଧ କରିବା ପାଇଁ ସମସ୍ତ ଦେବଦେବୀ ନିଜ ନିଜର ଅସ୍ତ୍ରଶସ୍ତ୍ମ ମାଙ୍କୁ ପ୍ରଦାନ କରିଥିବାବେଳେ ସପ୍ତମୀ ତିଥିରେ ବାହନ ଭାବେ ପଶୁରାଜ ସିଂହକୁ ଅର୍ପଣ କରାଯଇଥିଲା। ମାତୃ ଭକ୍ତଙ୍କ ସମାଗମ ରେ ଉତ୍ସବ ମୁଖର ହୋଇଉଠିଛି କାକଟପୁର ଅଞ୍ଚଳ । ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ମା ଙ୍କ ପୂଜା ନିତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଦାଶ । ବିଧାୟକ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ମଧ୍ୟ ମା ଙ୍କ ଦର୍ଶନ ଲାଭ କରିଥିଲେ। ମାଙ୍କ ସିଂହବାହିନୀ ବେଶ ଦର୍ଶନ କରି ଖୁସି ମନରେ ଭକ୍ତମାନେ ଘରକୁ ଫେରିଥିଲେ ।