Pratidin TV

Odisha's Digital News Platform

(ଭିଡିଓ) ଆରମ୍ଭ ହୋଇ ସାରିଛି ମାଣିଆବନ୍ଧର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

କଟକ: ଗଜଲକ୍ଷ୍ମୀ ପୂଜା କୁ ନେଇ ଏବେ ଗାଁ ଠାରୁ ସହର ଚଳଚଞ୍ଚଳ । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଯାଇଛି ଗଜଲକ୍ଷ୍ମୀ ପୂଜା । ମହା ଆଡ଼ମ୍ବରରେ ଚାଲିଛି ମାଁ ଧନଧ୍ୟାତ୍ରୀ ଙ୍କ ପୂଜା । ହୋମ ଯଜ୍ଞ ସହିତ ସମସ୍ତ ରୀତି ନୀତି ଅନୁସାରେ ଆଗେଇ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ବିଭିନ୍ନ ପୂଜା ମଣ୍ଡପ ଓ ସାହି ଗୁଡିକ ରେ ତିଆରି ହୋଇଛି ମେଢ । ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ସାଙ୍ଗ କୁ ଝିଲିମିଲି ଆଲୋକ ମାଳାରେ ସଜେଇ ହୋଇଛି ମାଣିଆବନ୍ଧ ଅଞ୍ଚଳ । ଚଳିତ ବର୍ଷ ମାଣିଆବନ୍ଧ ର ବିଭିନ୍ନ ସାହି ଓ ମଣ୍ଡପ ଗୁଡିକରେ ୩୫ ରୁ ଅଧିକ ମା ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି । ଚଳିତ ବର୍ଷ ୭ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ । ସେପଟେ ବେଶ ଉତ୍ସାହ ର ଶହ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା କୁ ଉପଭୋଗ କରୁଛନ୍ତି ଶ୍ରଦ୍ଧାଳୁ । ପୂଜା ମଣ୍ଡପ ଗୁଡିକ ଲାଗିଛି ଭକ୍ତଙ୍କ ଭିଡ଼ । ସନ୍ଧ୍ୟା ହେଲେ ବିଭିନ୍ନ ପୂଜା କମିଟି ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟି ରେ ରଖି ବଡ଼ମ୍ବା ଓ ମାଣିଆବନ୍ଧ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *