ମା’ ମହୁରୀ କାଳୁଆ ଶକ୍ତିପୀଠ,କ’ଣ ରହିଛି ଏହାର କିମ୍ବଦନ୍ତି? ଆଉ କିପରି ଯିବା ଏହି ସ୍ଥାନକୁ…
1 min readବ୍ରହ୍ମପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ।ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ମହୁରୀ ରାଜା ଭିଶ୍ୱନାଥ ଦେବ ପ୍ରାୟ ୨୦୦ବର୍ଷ ମହୁରୀ ଗଡ ଆକ୍ରମଣ ସମୟରେ ମା’ କାଳୁଆଙ୍କୁ ଏହି ପାହାଡ ଉପରେ ରଖି ପୂଜାର୍ଚ୍ଛନା କରନ୍ତି । ବିଶ୍ୱାସ ରହିଛି ଯେ ରାଜା ପ୍ରତିଦିନ ଘୋଡାରେ ଚଢି ଅଷ୍ଟଶମ୍ଭୁଙ୍କୁ ଦର୍ଶନ କରିବା ସହ ମା’କାଳୁଆଙ୍କୁ ଦର୍ଶନ କରୁଥିଲେ । କୈାଣସି ଏକ ବିପଦ ସମୟରେ ରାଜା ବିଶ୍ୱନାଥ ମା’କାଳୁଆଙ୍କ ଶରଣାପର୍ଣ୍ଣ ହୋଇ ବିପଦ ମୁକ୍ତ ହୋଇଥିବାରୁ ପରମ୍ପରା ଅନୁସାରେ ମା’ କାଳୁଆଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି ।
ରେଶମନଗରୀ ବ୍ରହ୍ମପୁରରୁ ପ୍ରାୟ ୧୩ କିଲୋମିଟର ଦୂରରେ ଅବସ୍ଥିତ ଏହି ଶକ୍ତିପୀଠ ମା’ ମହୁରୀ କାଳୁଆ । ଏହା ମଧ୍ୟ ଏକ ପର୍ଯ୍ୟଟନ ସ୍ଥଳି ହୋଇଥିବାରୁ ପ୍ରତ୍ୟେକ ବର୍ଷ ଶୀତଦିନରେ ଏଠାକୁ ଅଧିକ ସଂଖ୍ୟକ ପର୍ଯ୍ୟଟନ ବୁଲିବା ପାଇଁ ଆସିଥାନ୍ତି । ଏହି ସ୍ଥାନକୁ ଆସିବା ବେଳେ ରାସ୍ତାର ଦୁଇ ପାଶ୍ୱର୍ରେ ଜାଙ୍ଗଲ ଓ ପାହାଡରର ଦୃଶ୍ୟ ଅତ୍ୟନ୍ତ ମନଲୋଭା । ଏହି ଶକ୍ତିପୀଠ ନିକଟରେ ବାବା ମହାକାଳେଶ୍ୱରଙ୍କର ଏକ ମନ୍ଦିର ରହିଛି । ଏହାବ୍ୟତୀତ ଏହି ସ୍ଥାନରେ ପର୍ଯ୍ୟଟକ ମାନଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମଳୟର ସୁବିଧା ମଧ୍ୟ ରହିଛି । ଏଠାରେ ପ୍ରକୃତରେ ମା’ଦୁଇଟି ସ୍ଥାନରେ ପୂଜା ପାଆନ୍ତି । ପାହାଡ ଉପରେ ଥିବା ଗୁମ୍ଫାରେ ଏବଂ ପାହାଡ ତଳେ ଥିବା ମନ୍ଦିରରେ । ଯଦି ଆପଣ ପାହାଡ ଉପରେ ଥିବା ମନ୍ଦିରକୁ ଯିବେ ସେଥିପାଇଁ ପାହାଚ ମଧ୍ୟ ରହିଛି । ଏହାସହ ପାହାଚ ଚଢିବା ବେଳେ ମଝିରେ ମଝିରେ ବଡ ବଡ ଗୁମ୍ଫା ଦେଖିବାକୁ ମିଳିବ । ଗ୍ରୀଷ୍ମଋତୁ ପଣା ସଙ୍କ୍ରାନ୍ତି ବା ମେରୁଯାତ୍ରା ସମୟରେ ବହୁ ଦୂରଦୂରାନ୍ତରୁ ଭକ୍ତ ମାନଙ୍କର ସମାଗମ ହୋଇଥାଏ ।
ତେବେ ମହୁରୀ କାଳୁଆ ଶକ୍ତିପୀଠରେ ମା’ଙ୍କ ଆଶୀର୍ବାଦ ସହ ଏଠାକାର ପାକୃତିକ ସୈାନ୍ଦର୍ଯ୍ୟ ଉପେଭାଗ କରିବା ପାଇଁ ପର୍ଯ୍ୟଟକ ମାନେ ଆସିଥାନ୍ତି । ଏଥିସହିତ ବଣ ଭୋଜି କରିବା ପାଇଁ ସ୍ଥାନଟି ହୋଇଥିବାରୁ ନୂଆ ବର୍ଷରେ ପର୍ଯ୍ୟଟନ ମାନେ ପିକନିକ ତଥା ଭୋଜିଭାତ କରିବା ପାଇଁ ଆସିଥାନ୍ତି । ତେବେ ଆପଣା ମାନେ ମଧ୍ୟ ଏହି ଶକ୍ତିପୀଠକୁ ବୁଲିବା ପାଇଁ ଥରେ ଆସନ୍ତୁ ଏବଂ ଏହାର ପ୍ରାକୃତିକ ସୈାନ୍ଦର୍ଯ୍ୟ ମଜା ନିଅନ୍ତୁ ।