Pratidin TV

Odisha's Digital News Platform

ଭୂତୁଣୀ ସାଜିବେ ମାଧୁରୀ , ଦର୍ଶକଙ୍କ ମନରେ ସୃଷ୍ଟି କରିବେ କୋକୁଆ ଭୟ..

1 min read

ଧକ୍ ଧକ୍ ଗାର୍ଲ ମାଧୁରୀ ସମସ୍ତଙ୍କ ହୃଦୟର ରାଣୀ । ତାଙ୍କ ରୁପ ରଙ୍ଗରେ ଭାରତୀୟ ଦର୍ଶକ ପାଗଳ । ଏବେ ଅଭିନେତ୍ରୀ ପାଲଟିବେ ଭୁତୁଣୀ । ନିଜର କିଲର ଲୁକ୍ ରେ ସମସ୍ତଙ୍କୁ ଦିବାନା କରିଥିବା ମାଧୁରୀ ଏବେ ଭୂତୁଣି ପାଲଟି ସମସ୍ତଙ୍କୁ ଡରାଇବେ । ତାଙ୍କର ରୁପ ଦେଖିଲେ ଯେ କେହି ବି ଭୟରେ ଥରି ଉଠିବ । ଅନିସ ବଜମିଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ‘ଭୁଲ୍ ଭୁଲେୟାଁ-୩ ‘ ରେ ଅଭିନେତ୍ରୀ ବିଦ୍ୟା ବଲାନ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ପୂର୍ବରୁ ସୂଚନା ମିଳି ସାରିଛି ।

ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ ଖବର ଏହି ଚଲଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ୍ ମଧ୍ୟ ଅଭିନୟ କରିପାରନ୍ତି । ତେବେ ସବୁଠୁ ବଡ କଥା ହେଉଛି ସେ ଏଥିରେ ଏକ ଭୂତୁଣୀ ଚରିତ୍ରରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହଉଛି । ପ୍ରଥମ ଥର ପରଦାର ଏକଠି ନଜର ଆସିବେ ବିଦ୍ୟା ଓ ମାଧୁରୀ । ଯାହାକୁ ଦେଖିବା ପାଇଁ ଦର୍ଶକ ମାନେ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ଏହି ସିନେମାରେ କାର୍ତ୍ତିକାଙ୍କ ନାୟିକାଙ୍କ ଭୂମିକାରେ ନଜର ଆସିବେ ସାରା ଅଲ୍ଲି ଖାନ । ତେବେ ଚଳଚ୍ଚିତ୍ରରେ ମାଧୁରୀ , ବିଦ୍ୟାଙ୍କ ସହ ରାଜପାଲ ଯାଦବ ଓ ସଞ୍ଜୟ ମିଶ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ତେବେ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳିରେ ମକ୍ତିଲାଭ କରିବ ବୋଲି ସୂଚନା ରହିଛି ।

Advertisement

Leave a Reply

Your email address will not be published. Required fields are marked *