Pratidin TV

Odisha's Digital News Platform

ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିଲେ….ବସ ଓଲଟି ଆହତ ହେଲେ ୨୧ ଯବାନ

1 min read

ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ସମୟରେ ଘଟିଗଲା ଅଘଟଣ | ଓଲଟି ପଡିଲା ବସ | ଦୁର୍ଘଟଣାରେ ଆହତ ହେଲେ ୨୧ ଯବାନ | ଏପରି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ବୈତୁଲରେ ଘଟିଛି | ଆଜି ସକାଳ ପ୍ରାୟ ଭୋର 4ଟା ସମୟରେ ହୋଇଛି ଦୁର୍ଘଟଣା |

ସୂଚନା ମୁତାବକ, ଗତକାଲି ଥିଲା ନିର୍ବାଚନର ପ୍ରଥମ ପର୍ଯ୍ୟାୟ | ନିର୍ବାଚନ ଡ୍ୟୁଟି ସରିବା ପରେ ବସ ଯୋଗେ ଯବାନମାନେ ନିଜ ଜିଲ୍ଲା ରାଜଗଡକୁ ଫେରୁଥିଲେ। ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟ ଦେଇ ଫେରୁଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ଦେଇଥିଲା | ଯାହାଫଳରେ ବସଟି ଭୟରେ ନିୟନ୍ତ୍ରଣ ହରାଇ ଓଲଟାଇପଡିଥିଲା |

ତେବେ ବସ୍‌ରେ ମୋଟ ୪୦ ଜଣ ଯବାନ ଥିବା ଜଣାପଡିଛି । ସେଥିମଧ୍ୟରୁ ୫ ଜଣ ପୁଲିସ କର୍ମଚାରୀ ଓ ବାକି ହୋମଗାର୍ଡ କର୍ମଚାରୀ ଥିଲେ। ଯବାନମାନେ ଛିନ୍ଦୱାଡାରେ ନିର୍ବାଚନ ଡ୍ୟୁଟି କରିବା ପରେ ରାଜଗଡ ଯାଉଥିଲେ | କିନ୍ତୁ ରାସ୍ତାରେ ଓଲଟି ପଡିଥିଲା ବସ୍। ଏଥିରେ ୨୧ ଜଣ ଯବାନ ଆହତ ହଲିଥିବା ନେଇ ସୂଚନା ମିଳିଥିଲା । ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବଅତୁଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କ ଶାହପୁର ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏସ୍‌ଡିପିଓ ଶାଲିନୀ ପାରସ୍ତେଙ୍କ କହିବା ମୁତାବକ, ଭୋର ୪ଟାରେ ଏହି ଦୁର୍ଘଟଣା ଘଟିଥିଲା।

Leave a Reply

Your email address will not be published. Required fields are marked *