Pratidin TV

Odisha's Digital News Platform

ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ପୁଅଙ୍କ ଗୁଣ୍ଡାରାଜ ! ସାଙ୍ଗମାନଙ୍କ ସହ ମିଶି ସାମ୍ବାଦିକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ

1 min read

ମନ୍ତ୍ରୀ ପୁଅଙ୍କ ଗୁଣ୍ଡାରାଜ | ମଧ୍ୟପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲଙ୍କ ପୁଅ ନାଁ ରେ ଆସିଲା ସାଙ୍ଘାତିକ ଅଭିଯୋଗ | ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କୁ ନିଁଜ ସାଙ୍ଗ ମାନଙ୍କ ସହ ମିଶି ମାରପିଟ କରିବା ସହ ଧମକ ଦେଇଥିବା ନେଇ ଅଭିଯୋଗ ଏବେ ସାମ୍ନାକୁ ଆସିଛି | ତେବେ ଏତେଲା ଦେବାକୁ ନେଇ ଥାନା ପରିସରରେ ମଧ୍ୟ ଦୀର୍ଘ ଆମେ ଧରି ପାଟିଗୋଳ ଲାଗିଥିବା ଦେଖିବାକୁ ମିଳିଥିଲା |

ଅନ୍ୟପଟେ ପୁଅକୁ ବଞ୍ଚାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଥାନାରେ ଯାଇ ପହଁଞ୍ଚିଥିଲେ | ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ସାହାପୁରା ଥାନା ଅଞ୍ଚଳରେ ରବିବାର ରାତିରେ ସ୍ୱାସ୍ଥ୍ୟମନ୍ତ୍ରୀ ନରେନ୍ଦ୍ର ଶିବାଜୀ ପଟେଲଙ୍କ ପୁଅ ମାରପିଟ କରୁଥିବା ନେଇ ଅଭିଯୋଗ ଆସିଥିଲା | ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ଅଭିଯାନ ପଟେଲ ନିଜର କିଛି ସାଙ୍ଗ ମାନଙ୍କ ସହ ବୁଲୁଥିବା ସମୟରେ ଜଣେ ସାମ୍ବାଦିକ ଡ୍ୟୁଟିରୁ ନିଜ ପତ୍ନୀଙ୍କ ସହ ଘରକୁ ଫେରୁଥିଲେ | ଏହି ସମୟରେ ଟ୍ରାଫିକ ସିଗନାଲ ଦେଖି ରାସ୍ତରେ ଗାଡି ଅଟକାଇ ଛିଡା ହୋଇଥିବା ସମୟରେ ପଛପଟୁ ଅଭିଯାନଙ୍କ ଗାଡି ହର୍ଣ୍ଣ ମାରିଥିଲା | ଏହାପରେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା | ଏଥିରେ ରାଗିଯାଇ ସ୍ୱସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ନିଜ ସାଙ୍ଗମାନଙ୍କ ସହ ମାରପିଟ କରିବା ଆରମ୍ଭ କରିଦେଇଥିଲେ |

Advertisement

ତେବେ ସାମ୍ବାଦିକଙ୍କ ପତ୍ନୀ ଗୁରୁତର ହୋଇପଡିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଏନେଇ ସାମ୍ବାଦିକ ଜଣକ ଥାନରେ କରିଛନ୍ତି ଅଭିଯୋଗ | ତେବେ ସେ ଅଭିଯୋଗ କରୁଥିବା ବେଳେ ମନ୍ତ୍ରୀଙ୍କ ପୁଅ ମଧ୍ୟ ଥାନାରେ ପହଞ୍ଚିଥିଲେ | ପୋଲିସ ଅଧିକାରୀଙ୍କ ସହ ମନ୍ତ୍ରୀଙ୍କ ପୁଅର ପାଟିତୁଣ୍ଡ ହୋଇଥିଲା | ଏମିତିକି ଦୀର୍ଘ ସମୟ ଧରି ଥାନା ପରିସରରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା | ଏବଂ ମନ୍ତ୍ରୀ ମଧ୍ୟ ନିଜ ପୁଅକୁ ବଞ୍ଚାଇବାକୁ ଯାଇ ଥାନାରେ ପହଞ୍ଚିଥିଲେ | ତେବେ ଏହି ଘଟଣାରେ ୪ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି |

Leave a Reply

Your email address will not be published. Required fields are marked *