Pratidin TV

Odisha's Digital News Platform

ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଯୁବକ ,କହିଲେ – ‘ସରକାରୀ ଚାକିରୀଆ ଝିଅ ମିଳିଳେ ଯୌତୁକ ମୁଁ ଦେବି’ ..

1 min read

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଜଣେ ଯୁବକ । ବିବାହ ପାଇଁ ଯୁବତୀ ମିଳିଲେ ଯୌତୁକ ସେ ଦେବେ ବୋଲି କହିଛନ୍ତି । କଣ କଥାଟା ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲାକି ତେବେ ଚାଲନ୍ତୁ ଜାଣିବା ସେ ଏପରି କହିବା ପଛରେ କ’ଣ ଉର୍ଦ୍ଦେଶ୍ୟ ରହିଛି ।

ଆଜିକାଲି ପ୍ରତ୍ୟକ ଝିଅର ବାପା ମାଁ ନିଜ ଝିଅକୁ ସରକାରୀ ଚାକିରୀଆ ପୁଅ ସହ ବିବାହ ଦେବାକୁ ଚାହୁଁଛନ୍ତିି । ତା ବଦଳରେ ନିଜ ଝିଅକୁ କାହିଁକି ସରକାରୀ ଚାକିରୀ କରିବାକୁ ପ୍ରବର୍ତ୍ତାଉ ନାହନ୍ତି ? କଣ ଆପଣମାନଙ୍କ ମନରେ ଏମିତି କିଛି ପ୍ରଶ୍ନ ଆସିଛି କି ପୁଅ ଝିଅ ସମସ୍ତେ ସମାନ ତେବେ ଯଦି ଆମେ ଆମ ଝିଅ ପାଇଁ ଜଣେ ସରାକାରୀ ଚାକିରୀ କରିଥିବା ପୁଅ ଖୋଜିବା । ସେମତି ଜଣେ ପୁଅ ବି ନିଜ ପାଇଁ ଜଣେ ସରକାରୀ ଚାକିରୀଆ ଝିଅ କାହିଁକି ନ ଖୋଜିବ ? ଏମିତି ଏକ ଅଜବ ଗଜବ୍ ଚୁକ୍ତି ବାଢିଛନ୍ତି ମଧ୍ୟପ୍ରଦେଶର ଜଣେ ଯୁବକ । ସେ ନିଜ ପାଇଁ ଜଣେ ସରକାରୀ ଚାକିରିଆ ଝିଅ ଖୋଜୁଥିବା ବେଳେ ତା ପାଇଁ ଯୌତୁକ ଦେବାପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ତାଙ୍କ ହାତ ଲେଖା ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସେ ପୋଷ୍ଟରରେ ଲେଖିଛନ୍ତି, ମୋତେ ବିବାହ କରିବା ପାଇଁ ଜଣେ ମହିଳା ଚାକିରୀ ଦରକାର ଏବଂ ମୁଁ ଯୌତୁକ ଦେବି। ଯୁବକଙ୍କ ନାମ ବିକଲପ ମାଲଭି, ଯିଏ ବାସିନ୍ଦା ଅଟନ୍ତି ମଧ୍ୟପ୍ରଦେଶର ଚିଣ୍ଡୱାରା ଜିଲ୍ଲା ।

Advertisement

ସେ ଇଣ୍ଟରନେଟ୍ ମିଡିଆରେ ଯୁବକମାନେ ସକ୍ରିୟ ରହିଛନ୍ତି । ବିକାଶ କହିଛନ୍ତି ଯେ ଅଧ୍ୟୟନ ପରେ ତାଙ୍କ ଉପରେ ଚାପ ସୃଷ୍ଟି କରାଯାଉଥିଲାାଏପରି ସ୍ଥିତିରେ ତାଙ୍କର କୌଣସି ସ୍ଥିତି ରୋଜଗାରର ଉତ୍ସ ନଥିଲ । ସେତେବେଳେ ସେ ଏହି ଧାରଣା ଆଣିଥିଲେ ଯେ ଯଦି ସେ ସରକାରୀ ଚାକିରୀ ଥିବା ଝିଅକୁ ବିବାହ କରନ୍ତି । ତେବେ ତାଙ୍କର ଜୀବନ ଉନ୍ନତ ହେବ । ତେଣି ସେ ଏହି ପୋଷ୍ଟ ଧରିଥିବା ବେଳେ ତାଙ୍କର ଏହି ଫଟୋ ଭାଇରାଲ ହୋଇଥିଲା ।

Leave a Reply

Your email address will not be published. Required fields are marked *