Pratidin TV

Odisha's Digital News Platform

ବଢୁଛି ଶାହରୁଖଙ୍କ ମୁସକିଲ : NHRCରେ ପହଞ୍ଚିଲା ମାମଲା , ଅନ୍ୟପଟେ ତାତିଲେ ବିଧାନସଭା ବାଚସ୍ପତି

1 min read

ମୁମ୍ବାଇ : ଶାହରୁଖଙ୍କ ଅପକମିଙ୍ଗ୍ ଫିଲ୍ମକୁ ନେଇ ଥମୁନି ବିବାଦ । ଶାହରୁଖ ଖାନ-ଦୀପିକା ପାଦୁକୋଣଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ପଠାନର ନିକଟରେ ମୁକ୍ତିଲାଭ କରିଥିବା ଗୀତ’ ବେଶରମ ରଙ୍ଗ’କୁ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ପ୍ରଥମେ ହିନ୍ଦୁ ସଙ୍ଗଠନ ଏହି ଗୀତର କିଛି ଦୃଶ୍ୟକୁ ନେଇ ଆପତ୍ତି ଉଠାଇଥିଲା। ତାକୁ ଏଡିଟ୍ କରିବାକୁ ଦାବି କରିଥିଲା। ଏବେ କିନ୍ତୁ ଏହି ବିବାଦରେ ଆର୍ଟିଆଇ କାର‌୍ୟ୍ୟକର୍ତ୍ତା ଦାନିଶ ଖାନ୍ ଓ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏଣ୍ଟ୍ରି ମାରିଛନ୍ତି। ଏପରିକି ଏହି ମମଲା ଏବେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି।

ବେଶରମ୍ ରଙ୍ଗର ଗୀତରେ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନୀକୁ ନେଇ ଆପତ୍ତି କରିଥିଲେ ଆର୍‌ଟିଆଇ କାର୍ଯ୍ୟକର୍ତ୍ତା ଦାନିଶ ଖାନ୍ । ଏନେଇ ସେ ଏନ୍ଏଚ୍ଆର୍ସିରେ ଅଭିଯୋଗ ମଧ୍ୟ କରିଛନ୍ତି। ଗୀତଟିକୁ ଫିଲ୍ମରୁ ହଟାଇବାକୁ ଦାବି କରିଛନ୍ତି ଦାନିଶ। ସେ କହିଛନ୍ତି ଯେ ଫିଲ୍ମର ଗୀତ ହିନ୍ଦୁ ମୁସଲମାନ ଏକତା ଭାବନାକୁ ଆଘାତ୍ କରିଛି ।

Advertisement

ସେହିଭଳି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର ଅତୀତରେ ଚେତାବନୀ ଦେଇଥିଲେ ଯେ ଯଦି ଆପତିଜନକ ପୋଷାକ ଏବଂ ଗୀତର କିଛି ଦୃଶ୍ୟ ପରିବର୍ତନ ନହୁଏ, ତେବେ ଫିଲ୍ମକୁ ରାଜ୍ୟରେ ମୁକ୍ତିଲାଭ କରିବାକୁ ଅନୁମତି ଦିଆଯିବ କି ନାହିଁ । ଏଥି ସହ ରାଜ୍ୟସଭା ବାଚସ୍ପତି ଗିରିଶ ଗୌତମ ମଧ୍ୟ ଫିଲ୍ମ ପଠାନକୁ ମଧ୍ୟ ବିରୋଧ କରିଛନ୍ତି । ବିଧାନସଭାରେ ବାଚସ୍ପତି ଗିରିଶ ଗୌତମ କହିଛନ୍ତି, ‘ଶାହରୁଖ ଖାନ ତାଙ୍କ ଝିଅଙ୍କ ସହ ଏହି ଫିଲ୍ମ ଦେଖିବା ଉଚିତ’ ଏବଂ ଏକ ‘ଫୋଟ ସୋସିଆଲ ମିଡିଆରେ ଅପଲୋଡ୍ କରିବା ଉଚିତ’ ଏବଂ ଦୁନିଆକୁ ଏହା ଜଣାଇବା ଉଚିତ୍ ଯେ ସେ ନିଜ ଝିଅ ଏହି ଫିଲ୍ମ ଦେଖୁଛନ୍ତି । ଦୀପିକା ପାଦୁକୋଣଙ୍କର ଗ୍ଲାମରସ୍ ଲୁକରେ ବେଶରମ ଗୀତରେ ଦେଖିବାକୁ ମିଳୁଛି । ଦୀପିକା-ଶାହାରୁଖଙ୍କ ଯୋଡିକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ଏହାକୁ ନିନ୍ଦା କରୁଛନ୍ତି । ପଠାନ୍ ଆସନ୍ତା ବର୍ଷ ୨୫ ଜାନୁୟାରୀ ୨୦୨୩ ରେ ମୁକ୍ତିଲାଭ କରିବା ପାଇଁ ଯାଉଛି ।

Leave a Reply

Your email address will not be published. Required fields are marked *