Pratidin TV

Odisha's Digital News Platform

ଏହି ଗାଁରେ ରହିଛ ଅଜବ ପରମ୍ପରା ; ଖଟରେ ଶୁଅନ୍ତିନି ଲୋକେ , ଘର ଆଗରେ କରନ୍ତି ଖୋଳନ୍ତି ନିଜ କବର ….

1 min read

ଆନ୍ଧ୍ରପ୍ରଦେଶ : ଏହି ଗାଁରେ ଘରର ପ୍ରବେଶ ଦ୍ୱାରରେ ରହିଛି କବର । ଯେଉଁଠି ଭୋଗ ନ ଦେଇ ଖାଆନ୍ତି ନାହିଁ ଖାଦ୍ୟ । କେବେବି ଶୁଅନ୍ତି ନାହିଁ ଖଟ ଉପରେ । ଆପଣକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । କେବେ ଏମିତି ଗାଁ ଦେଖିଛନ୍ତି, ଯେଉଁଠାରେ ପ୍ରତ୍ୟେକ ଘରର ପ୍ରବେଶ ଦ୍ୱାରରେ କବର ରହିଛି । ଆନ୍ଧ୍ରପ୍ରଦେଶର ଆୟାକୋଣ୍ଡା ନାମକ ଏକ ଗାଁକୁ ଗଲେ ଅନୁଭବ କରିବେ ବୋଧେ କବର ସ୍ଥାନକୁ ଆସିଛନ୍ତି । ଏହି ଗାଁ ପୂରା କବରରେ ପରିପୂର୍ଣ୍ଣ ।

ପ୍ରତ୍ୟେକ ଘର ବାହାରେ ଗୋଟିଏ କିମ୍ବା ଦୁଇଟି କବର ଦେଖିବାକୁ ପାଇବେ । ଏଠାରେ ଅନ୍ୟ କିଛି ଅଜବ ପ୍ରଥା ଅଛି, ଯାହାକୁ ଲୋକମାନେ ଅନୁସରଣ କରନ୍ତି । ଆୟାକୋଣ୍ଡା କୁର୍ନୁଲ ଜିଲାଠାରୁ ୬୬ କିଲୋମିଟର ଦୂରରେ ଥିବା ଗୋନେଗାଣ୍ଡାଲ ମଣ୍ଡଳର ଏକ ପାହାଡ଼ ଉପରେ ଅବସ୍ଥିତ । କିଛି ଲୋକ ଗାଁକୁ ଇକୋଣ୍ଡା ବୋଲି ମଧ୍ୟ କହିଥାନ୍ତି । ମାଲା ଦସାରୀ ସମ୍ପ୍ରଦାୟର ପ୍ରାୟ ୨୦୦ ପରିବାର ଏଠାରେ ରୁହନ୍ତି । ଏଠାରେ କୌଣସି ଶ୍ମଶାନ ନାହିଁ । ସେମାନଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ଗାଁର ଲୋକମାନେ ମୃତଦେହକୁ ଘର ଆଗରେ ସମାଧି ଦେଇଥାନ୍ତି । ଏହା ପରେ ସେଠାରେ ଏକ କବର ତିଆରି କରନ୍ତି ।

Advertisement

ପ୍ରାୟ ୨୦୦ ବର୍ଷ ଧରି, ପ୍ରତ୍ୟେକ ପରିବାର ଏହି ରୀତିନୀତି ଅନୁସରଣ କରିଆସୁଛନ୍ତି । ମହିଳା ଏବଂ ଶିଶୁମାନେ ସେମାନଙ୍କ ଚାରିପାଖରେ ରୁହନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ସମାଧିଟି ସେମାନଙ୍କ ପାଇଁ ଉପାସନା ସ୍ଥାନ ପରି । ଗ୍ରାମବାସୀ କହିଛନ୍ତି, ଏହି କବରଗୁଡ଼ିକ ସେମାନଙ୍କ ପୂର୍ବପୁରୁଷଙ୍କର ଅଟେ । ଯାହାକୁ ସେମାନେ ପ୍ରତିଦିନ ପୂଜା କରନ୍ତି । ଘରେ ରନ୍ଧା ହୋଇଥିବା ଖାଦ୍ୟ ମୃତକଙ୍କ କବରକୁ ନ ଆସିବା ପର୍ଯ୍ୟନ୍ତ ପରିବାର ସଦସ୍ୟ ଖାଦ୍ୟ ସ୍ପର୍ଶ କରନ୍ତି ନାହିଁ । ଏଠାରେ ଆଉ ଏକ ଅଜବ ପରମ୍ପରା ଅଛି ।

Leave a Reply

Your email address will not be published. Required fields are marked *