Pratidin TV

Odisha's Digital News Platform

ନବରଙ୍ଗପୁରରେ ଚାଲିଛି ମାଫିଆ ରାଜ୍ ; ତଦନ୍ତ ସମୟରେ ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ..

1 min read

ଉଦଳା : ଖବର ପାଇ ତଦନ୍ତ ନିମନ୍ତେ ଯାଇଥିଲେ ଆରଆଇ ବାବୁ ହେଲେ ହଠାତ୍ ଅତର୍କିତ ଆକ୍ରମଣ କଲେ ମାଫିଆ । ମୌକା ଦେଖି ଆରଆଇ ବାବୁଙ୍କୁ ନିର୍ଘାତ୍ ଛେଚିଲେ ମାଫିଆ ଫଳରେ ଘଟଣା ସ୍ଥଳରେ ଆରଆଇଙ୍କ ମୁଣ୍ଡ ଫାଟିଯିବା ସହ ସେ ଗୁରୁତର ହୋଇପଡିଥିଲେ ।

ଆରଆଇ (ଦୟାନିଧି ରାଉତ)

Advertisement

ଏକ ଅଭାବନୀୟ ଘଟଣା ଘଟିଛି ଖୁଣ୍ଟା ଥାନା ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ । ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଖାଦାନ ଉପରେ ୧୪୪ ଧାରା ଜାରି ହୋଇଥିଲା । ହେଲେ ଉକ୍ତ ୧୪୪ ଧାରା ଅଂଚଳରେ ପୁଣି ବେଆଇନ ପଥର ଖାଦାନ ଚାଲିଥିବା ଖବର ପାଇ ସୁବର୍ଣ୍ଣମଞ୍ଜରୀ ଆରଆଇ (ଦୟାନିଧି ରାଉତ) ଘଟଣାସ୍ଥଳକୁ ଯାଇଥିଲେ । ହେଲେ ସେଠାରେ ଆର ଆଇ ଙ୍କୁ ମାଫିଆମାନେ ଆକ୍ରମଣ କରି ମାଡ଼ ମାରିବା ସହିତ ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ । ପରେ ଆରଆଇଙ୍କୁ ତୁରନ୍ତ ଡୁକୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏନେଇ ଆରଆଇ ବାବୁ ଖୁଣ୍ଟା ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ତେବେ ଦେଖିବା ବାକି ରହିଲା ଯେ ସମୃକ୍ତ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ପ୍ରଶାସନ ।

ମାଫିଆ

Leave a Reply

Your email address will not be published. Required fields are marked *