Pratidin TV

Odisha's Digital News Platform

ଆରପାରିର ‘ହ୍ୟାରୀ ପୋଟର’ ଅଭିନେତ୍ରୀ ମ୍ୟାଗି ସ୍ମିଥ …

1 min read

ଆରପାରିର ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ମ୍ୟାଗି ସ୍ମିଥ । 89 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କର ଶୁକ୍ରବାର ସକାଳେ ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟ ବିଷୟରେ ଅଭିନେତ୍ରୀଙ୍କ ପରିବାର ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ,ବାର୍ଦ୍ଧକ୍ୟଜନିତ କାରଣରୁ ସେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ ।

ସେ ତାଙ୍କର ଦୁଇ ପୁଅ ଏବଂ 5 ନାତିଙ୍କ ସହ ରହୁଥିଲେ । ଆଜି ମ୍ୟାଗି ସ୍ମିଥଙ୍କ ମୃତ୍ୟୁ ନେଇ ପୁଅ କ୍ରିସ୍ ଲାର୍କିନ୍ ଏବଂ ଟୋବି ଷ୍ଟିଫେନ୍ସ ଏକ ବିବୃତ୍ତି ଜାରି କରିଛନ୍ତି । ସେ କହିଛନ୍ତି, ”ମ୍ୟାଗି ସ୍ମିଥ୍ ଶୁକ୍ରବାର ସକାଳେ ଲଣ୍ଡନର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୁଇ ପୁଅ ଏବଂ ପାଞ୍ଚ ପ୍ରିୟ ନାତିଙ୍କୁ ଛାଡି ଚାଲିଯାଇଛନ୍ତି, ଯେଉଁମାନେ ସେମାନଙ୍କର ଅସାଧାରଣ ମାଆ ଏବଂ ଜେଜେମା’ଙ୍କ ହରାଇଛନ୍ତି । ଏହା ଆମ ପାଇଁ ବହୁତ ଦୁଃଖଦ ସମୟ ।

Advertisement

ଏଣୁ ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ।”ମ୍ୟାଗି ଡାଉନଟନ୍ ଆବେରେ ଗ୍ରାଣ୍ଟାମର ଡୋଏଜର୍ କାଉଣ୍ଟେସ୍ ଖେଳିବା ପାଇଁ ବେଶ୍ ଜଣାଶୁଣା । ଏହା ବ୍ୟତୀତ ସେ ‘ହ୍ୟାରୀ ପୋଟର’ରେ ପ୍ରଫେସର ମ୍ୟାକଗୋନାଗାଲଙ୍କ ଭୂମିକାରେ ଅଭିନୟ କରି ଭାରତୀୟ ଦର୍ଶକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ପ୍ରାୟ 70 ବର୍ଷ ଧରି ଇଣ୍ଡଷ୍ଟ୍ରିରେ ରାଜ୍ କରିଥିଲେ ଏବଂ ଲୋକପ୍ରିୟତା ହାସଲ କରିଥିଲେ । କେବଳ ଏତିକି ନୁହେଁ ସେ ଦୁଇ ଦୁଇ ଥର ଓସ୍କାର ବିଜେତା ମଧ୍ୟ ରହିସାରିଛନ୍ତି ।

Leave a Reply

Your email address will not be published. Required fields are marked *