Pratidin TV

Odisha's Digital News Platform

ଆଖି ବୁଜିଲେ ମହାଭାରତ ଫେମ୍ ‘ଶକୁନି ମାମା’ ଗୁଫି ପେଣ୍ଟାଲ

1 min read

ନୂଆଦିଲ୍ଲୀ ; ଆଖି ବୁଜିଲେ ଭେଟରାନ୍ ଅଭିନେତା ଗୁଫି ପେଣ୍ଟାଲ । ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ହେବା ପରେ ୭୮ ବର୍ଷିୟ ବିଶିଷ୍ଟ ତଥା ଭେଟେରାନ ଅଭିନେତା ଗୁଫି ପେଣ୍ଟାଲଙ୍କ ଆଜି (ଜୁନ୍ ୫) ସକାଳ ୯ ଟା ସମୟରେ ଦେହାନ୍ତ ହୋଇଛି। । ଆଜିବି ଦର୍ଶକ ତାଙ୍କୁ ତାଙ୍କ ନିଜ ନାଁ ବଦଳରେ ଶକୁନି ମାମା ଭାବେ ଚିହ୍ନନ୍ତି ।

ଗୁଫିଙ୍କ ବିୟୋଗରେ ତାଙ୍କ ପୁଅ ହ୍ୟାରି ପେଣ୍ଟାଲ ଏକ ନୋଟ୍ ଲେଖିଛନ୍ତି । ଏହା ସହ ନିଜ ସୋସିଆଲ ମିଡିଆରେ ତାକୁ ସେୟାର ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି ଯେ ଗଭୀର ଦୁଃଖ ଭାବେ ଆମେ ଏହା ଜଣାଉଛୁ ଯେ ଆମର ବାପା ଶ୍ରୀ ଗୁଫି ପେଣ୍ଟାଲ ( ଶକୁନି ମାମା) ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳେ ସେ ଆମ ମାନଙ୍କ ଗହଣରେ ଶାନ୍ତିରେ ବିଦାୟ ନେଇଛନ୍ତି ।

Advertisement

ତେବେ ଶୁକ୍ରବାର ଗୁଫିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସେ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଗୁଫିଙ୍କର କିଡନୀ ଓ ଲିଭର ଦୁଇଟି ଯାକରେ ସମସ୍ୟା ଥିଲା ବୋଲି ତାଙ୍କ ପୁତୁରା ହିତେନ ପେଣ୍ଟାଲ ଦେଇଥିଲେ ।
ଗୁଢିଙ୍କ ପ୍ରତିଭା କେବଳ ଅଭିନୟରେ ସୀମିତ ନଥିଲା । ସେ ଟେଲିଭିଜନ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ବଲିଉଡର ରାଫୁ ଚାକର,ଦେଶ୍ -ପରଦେଶ , ଦିଲ୍ ଲଗି, ମଇଦାନ-ଏ-ଜଙ୍ଗ୍ ଏବଂ ଦାଭା ଭଳି ସୁପରହିଟ୍ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ବିୟୋଗରେ ଆଜି ସାରା ବଲିଉଡ୍ ଓ ଟେଲି ଜଗତରେ ଶୋକର ସାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *