Pratidin TV

Odisha's Digital News Platform

ଖୋଲିବ ସ୍କାମ୍‌ର ରାଜ୍‌, ବନ୍ଧାହେଲେ ମହାଦେବ ବେଟିଂ ଆପ୍ ର ମାଲିକ…

1 min read

ଭାରତର ଅନୁସନ୍ଧାନକାରୀ ଏଜେନ୍ସି ମହାଦେବ ବେଟିଂ ଆପ୍ ମାମଲାରେ ପୋଲିସ କୁ ମିଳିଛି ବଡ଼ ସଫଳତା । ସୂଚନାନୁସାରେ, ବେଟିଂ ଆପ୍ ମାଲିକ  ସୌରଭ ଚନ୍ଦ୍ରକରଙ୍କୁ ଇଣ୍ଟରପୋଲ ଗିରଫ କରିଛି। ଇଣ୍ଟରପୋଲର ରେଡ୍‌ କର୍ଣ୍ଣର ନୋଟିସ ପରେ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରକରଙ୍କୁ ୨୦୨୩ ମସିହାରୁ ଅଟକ ରଖାଯାଇଥିଲା। ଏବେ ତାଙ୍କୁ ଗିରଫ କରାଯାଇଛି। ଏହାପରେ ତାଙ୍କୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ସୂଚନାନୁସାରେ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦଳ ଏକ ସପ୍ତାହ ମଧ୍ୟରେ ମହାଦେବ ଆପ୍ ମାଲିକ ସୌରଭ ଚନ୍ଦ୍ରକରଙ୍କୁ ଭାରତ ଆଣିବ ବୋଲି କୁହାଯାଉଛି।

ସୌରଭ ଚନ୍ଦ୍ରାକରଙ୍କୁ ଦୁବାଇରେ ଅଟକ ରଖିଥିବା ନେଇ ଇଣ୍ଟରପୋଲ ପକ୍ଷରୁ ସିବିଆଇକୁ ସୂଚିତ କରାଯାଇଛି । ଇଡିର ଅନୁରୋଧ କ୍ରମେ ଏହି ଗିରଫଦାରୀ କରାଯାଇଥିବା ଜଣାଯାଇଛି। ବିଦେଶ ମନ୍ତ୍ରାଳୟ ଓ ଇଡି ସହ ଏହି ଅପରେସନ ଚଳାଇଥିଲେ। ଗତକାଲି ୟୁଏଇ ଅଧିକାରୀ ଭାରତର ବିଦେଶ ମନ୍ତ୍ରାଳୟକୁ ଫୋନ୍‌ କରି ଦୁବାଇରେ ସୌରଭ ଚନ୍ଦ୍ରକାରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ଭାରତ ଅଣାଯିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ମହାଦେବ ବେଟିଂ ଆପ୍‌ର ମାଷ୍ଟର ମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କର D କମ୍ପାନୀ ସହ ଲିଙ୍କ ଥିବା ଜଣାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ମହାଦେବ ଆପ୍‌ ବିରୋଧରେ ମାମଲା ରହିଛି।

Advertisement

Leave a Reply

Your email address will not be published. Required fields are marked *