Pratidin TV

Odisha's Digital News Platform

୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମହାକାଳପଡା ଅମିନ ବାବୁ

1 min read

ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଅମିନ ବାବୁ | କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଅଫିସରେ ଅମିନ ଉମାକାନ୍ତ ବେହେରା ୨ ହଜାର ଟଙ୍କା ଲାଞ୍ଚ ନେଇ ଜିଲ୍ଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ଜିଲ୍ଲା ଭିଜିଲାନ୍ସ ଟିମ ଅମିନକୁ ଉଠାଇ ନେଇ ଜିଲ୍ଲା କାର୍ଯ୍ୟାଳୟକୁ ଯାଇଛନ୍ତି |

ତେବେ ସୂଚନା ଅନୁଯାୟୀ ତହସିଲ ଅମିନ ଉମାକାନ୍ତ ଜମିବାଡ଼ି ମାପିଚୁପକୁ ନେଇ କେୟାରବାଙ୍କ ଗ୍ରାମର ସୁଶାନ୍ତ ବିଶ୍ୱାଳଙ୍କ ଠାରୁ ବୁଧବାର ଦିନ ଲାଞ୍ଚ ମାଗିଥିଲେ | ଅନ୍ୟପଟେ ଲାଞ୍ଚ ନେବା ବେଳେ ତହସିଲ ଅଫିସର ପଛପଟେ ଲୁଚି ରହିଥିଲେ | ତେବେ ଅମିନ ବାବୁ ଉମାକାନ୍ତଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ | ଉମାକାନ୍ତଙ୍କୁ ପଚରାଉଚୁରା କରିବା ସହ ଜିଲ୍ଲା ଅଫିସକୁ ନେଇଥିଲେ | ଏହା ଶେଷ ଉମାକାନ୍ତ ରହୁଥିବା ଭଡା ଘରେ ଏବଂ ପୈତୃକ ଘରେ ଚଢ଼ାଉ କରିଛି ଭିଜିଲାନ୍ସ |

Advertisement

Leave a Reply

Your email address will not be published. Required fields are marked *