ଆଇପିଏଲ ଖେଳିବା ପୂର୍ବରୁ ମହାକାଳଙ୍କ ଶରଣରେ କେ.ଏ.ଲ ରାହୁଲ ..
1 min readଆଇପିଏଲରେ ନୂଆ ଇନଂସି ଆରମ୍ଭ କରିବା ପୂର୍ବରୁ ମହାକାଳଶ୍ୱରଙ୍କ ଆର୍ଶୀବାଦ ନେଲେ ଭାରତୀୟ ଷ୍ଟାର ବ୍ୟାଟର କେ.ଏଲ. ରାହୁଲ୍ । ପତ୍ନୀ ନୁହେଁ ଏକା ଏକା ମଧ୍ୟପ୍ରଦେଶର ଉଜୈନରେ ଥିବା ବିଶ୍ୱପ୍ରସିଦ୍ଧ ମହାକାଳେଶ୍ୱରଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି ରାହୁଲ ।ଶୁକ୍ରବାରଠାରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ପୂର୍ବରୁ ପୂଜାର୍ଚ୍ଚନା କରିଛନ୍ତି ଭାରତୀୟ କ୍ରିକେଟର ରାହୁଲ । ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ୨୦୨୪ । ଯେଉଁଥି ସବୁ ଦଳ ଚୂଡାନ୍ତ ପ୍ରସ୍ତୁତି କରି ସାରିଲେଣି । ତେବେ ଏହାରି ମଧ୍ୟରେ ଲକ୍ଷେ୍ନୗ ସୁପର ଜିଆଣ୍ଟସ୍ (ଏଲଏସଜି) ର ନେତୃତ୍ୱ ନେଇଥିବା ରାହୁଲ ଆଇପିଏଲ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚନା କରିଥିବା ଦେଖିବାକୁ ମିଳିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି , ଏଥର ସେ ପତ୍ନୀଙ୍କ ସହ ନୁହେଁ ବରଂ ଏକାକୀ ମନ୍ଦିର ଯାଇଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ।
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ସେ ମନ୍ଦିରରେ ଜଳଲାଗି କରିବା ସହ ମଥାରେ ସିନ୍ଦୂର ଟିକା ଲଗାଉଛନ୍ତି । ଏହା ପରେ ହାତ ଯୋଡି ମହାକାଳେଶ୍ୱରଙ୍କ ପୂଜା ଦେଖୁଛନ୍ତି । ରାହୁଲଙ୍କ ଦଳ ରବିବାର ଦିନ ଜୟପୁରର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପ୍ରଥମ ଆଇପିଏଲ୍ ମ୍ୟାଚ୍ ଖେଳିବ ।ଆଇପିଏଲ୍ ୨୦୨୪ ସିଜନର ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦଳ ମୁହାଁମୁହିଁ ହେବେ । ଦୁଇ ଦଳ ମଧ୍ୟରେ ମ୍ୟାଚ୍ ୨୨ ମାର୍ଚ୍ଚରେ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଠାରେ ଅନୁଷ୍ଠିତ ହେବ ।