Pratidin TV

Odisha's Digital News Platform

ମହାଲକ୍ଷ୍ମୀ ହତ୍ଯା ଘଟଣା , ଓଡ଼ିଶାରେ ଜୀବନ ହାରିଲା ଜହ୍ଲାଦ ପ୍ରେମିକ …

1 min read

ବେଙ୍ଗାଳୁରୁ ମହାଲକ୍ଷ୍ମୀ ବୀଭତ୍ସ ହତ୍ୟାରେ ଚାଞ୍ଚଲ୍ୟ। ଓଡିଶାରେ ଜୀବନ ହାରିଲା ହତ୍ୟାକାରୀ ମୁକ୍ତିରଞ୍ଜନ ରାୟ। ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଞ୍ଚଳର ଭୂଇଁପୁର ଗାଁରେ ମୁକ୍ତିରଞ୍ଜନ ରଶି ଲଗାଇ ନିଜ ଜୀବନ ହାରିଛି। ଆଉ ପାଖରୁ ସୁଇସାଇଡ ନୋଟ ମିଳିଛି । ଏଥିରେ ମହାଲକ୍ଷ୍ମୀଙ୍କୁ ହାଣି ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ । ମହାଲକ୍ଷ୍ମୀ ହତ୍ୟା ମାମଲାର ତଦନ୍ତ ପାଇଁ ବେଙ୍ଗାଳୁରୁ ପୋଲିସ ଗାଁରେ ପହଞ୍ଚିବା ପୂର୍ବରୁ ମୁକ୍ତିରଞ୍ଜନର ମୃତ୍ୟୁ ହୋଇସାରିଥିଲା । ବେଙ୍ଗାଳୁରୁ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।ସେପଟେ ଧୁଶୁରୀ ପୋଲିସ ଭୁଇଁପୁର୍ ଗାଁରେ ପହଞ୍ଚି ମୃତ ମୁକ୍ତିରଞ୍ଜନର ବାପା ମାଆକୁ ପଚରାଉଚରା କରି ଫେରିଛି । ତଦନ୍ତ ପରେ ପୋଲିସ କହିଛି ମୁକ୍ତିରଞ୍ଜନର ହାତ ଲେଖା ନୋଟ ଜବତ ହୋଇଛି, ବେଙ୍ଗାଳୁରୁ ପୋଲିସ ଆସୁଛି ତଦନ୍ତ ପରେ ସବୁ ସତ ଜଣାପଡ଼ିବ। ଗାଁରେ ପହଞ୍ଚି ଅଧିକ ତଦନ୍ତ କରିବ ପୋଲିସ।

ସୂଚନାନୁଯାୟୀ ଗତ ୨୩ ତାରିଖରେ କର୍ନାଟକ ଗୃହମନ୍ତ୍ରୀ ଜି. ପରମେଶ୍ୱର ଏହି ଚାଞ୍ଚଲ୍ୟକର ଘଟଣାକୁ ନେଇ ଏକ ଖବରଦାତା ସମ୍ମିଳନୀ କରିଥିଲେ। ପ୍ରେସ୍‌ ମିଟ୍‌ରେ ପରମେଶ୍ୱର କହିଥିଲେ, ମୁଖ୍ୟ ସନ୍ଦିଗ୍ଧ ଓଡ଼ିଶାର ହୋଇଥିବାବେଳେ ବେଙ୍ଗାଲୁରୁରେ ରହୁଥିଲେ। ଅପରାଧ ଘଟାଇବା ପରଠୁ ସେ ପଶ୍ଚିମବଙ୍ଗରେ ରହୁଥିବାରୁ ତାଙ୍କୁ ଧରାଯାଇପାରି ନାହିଁ। ସେପଟେ ମହାଲକ୍ଷ୍ମୀଙ୍କ ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା, ଯାହାକୁ ନେଇ ପୋଲିସର ତଦନ୍ତ ଆଗକୁ ବଢ଼ିପାରିଥିଲା। ମହାଲକ୍ଷ୍ମୀ ଶେଷ ଥର ପାଇଁ ସେପ୍ଟେମ୍ବର ୧ରେ ମଲ୍‌କୁ କାର୍ଯ୍ୟ କରିବା ପାଇଁ ଯାଇଥିଲେ।

Advertisement

୨ ତାରିଖରୁ ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିବା ପରିବାର ଲୋକେ କହିଥିଲେ। ୨୧ ତାରିଖରେ ମହାଲକ୍ଷ୍ମୀଙ୍କ ରୁମ୍‌ରୁ ପଚା ଗନ୍ଧ ଆସୁଥିବା ଜାଣିବା ପରେ ଆପାର୍ଟମେଣ୍ଟ ମାଲିକ ତାଙ୍କ ଘରକୁ ଖବର ଦେଇଥିଲେ। ମା’ ଓ ବଡ଼ ଭଉଣୀ ସେହି ଦିନ ଉକ୍ତ ଆପାର୍ଟମେଣ୍ଟର ସିଙ୍ଗଲ ବେଡ୍‌ ରୁମ୍‌କୁ ଯାଇ ଦେଖିବା ବେଳକୁ ଫ୍ରିଜ୍‌ରେ ତାଙ୍କ କଟା ମୃତଦେହ ରହିଥିଲା। ଅନ୍ୟପକ୍ଷେ ମୁକ୍ତିରଞ୍ଜନ ମଙ୍ଗଳବାର ରାତିରେ ନିଜ ଗାଁ ଭୂଇଁପୁରରେ ପହଞ୍ଚିଥିଲେ । ସେ ରାତି ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ କହି ଘରୁ ବାହାରି ଆସିଥିଲେ। କର୍ନାଟକ ପୋଲିସର ୪ଟି ଟିମ୍‌ ଖୋଜି ଖୋଜି ଓଡ଼ିଶାରେ ପହଞ୍ଚିଥିବା ଜାଣିବାକୁ ପାଇ ସେ ଚମ୍ପାସାହି ମୁଖ୍ୟ ରାସ୍ତାକଡ଼ କୁଳେଇପଦାସ୍ଥିତ ଶ୍ମଶାନ ନିକଟ ଏକ ଗଛରେ ଜୀବନହାରିଥିଲେ । ଘଟଣାର ୯ ମାସ ପୂର୍ବରୁ ମହାଲକ୍ଷ୍ମୀ ତାଙ୍କ ସ୍ବାମୀଙ୍କୁ ଛାଡି ବେଙ୍ଗାଳୁରୁ ଚାଲି ଆସିଥିଲେ ।

Leave a Reply

Your email address will not be published. Required fields are marked *