Pratidin TV

Odisha's Digital News Platform

ନାଭିଗୟାଠାରେ ମହାଳୟା ପିଣ୍ଡଦାନ କରିବାର ରହିଛି ଅନେକ ମାହାତ୍ମ୍ୟ….

1 min read

ଆଜି ହେଉଛି ଆଜି ପବିତ୍ର ମହାଳୟା । ପବିତ୍ର ମହାଳୟା ଅବସରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ୱତନ୍ତ୍ର ପରମ୍ପରା ରହିଛି । ଆଜିର ଦିନରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ପିତୃପୁରୁଷ ମାନେ ମୋକ୍ଷ ପାଇଥାନ୍ତି ବୋଲି କୁହାଯାଏ । ବିଶେଷ କରି ବିରଜା ମନ୍ଦୀରର ନାଭିଗୟା ପୀଠରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠ ରେ ଥିବା ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛିି । ସକାଳୁ ସକାଳୁ ଜିଲ୍ଳା ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ପିଣ୍ଡଦାନ କରି ମା ବିରଜାଙ୍କୁ ଦର୍ଶନ କରିଛନ୍ତି । ଏଭଳି ତିଥିରେ ପିଣ୍ଡଦାନ କରି ଶ୍ରଦ୍ଧାଳୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ତେବେ କାହିଁ କେଉଁ ଆବାହନକାଳରୁ ପିତୃପୁରୁଷଙ୍କ ପିଣ୍ଡଦାନର ପରମ୍ପରା ରହି ଆସିଛି । ବିଶେଷକରି ପିତୃପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ । କିନ୍ତୁ ମହାଳୟା ତିଥିରେ ଓ ନାଭିଗୟାରେ ପିଣ୍ଡଦାନ ନେଇ ରହିଛି ଅନେକ ପୌରାଣିକ ମତ । ସେଥିପାଇଁ ନାଭିଗୟାରେ ପିଣ୍ଡଦାନ ପାଇଁ କାହିଁ କେତେ ଦୂରରୁ ଛୁଟିଆସନ୍ତି ଶ୍ରଦ୍ଧାଳୁ । ପିଣ୍ଡଦାନ ପରେ ମା ବିରଜାଙ୍କୁ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହେବାର ବିଶ୍ୱାସ ରହିଛି । ସେଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାର ବହୁ ଦୁରଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ବିରଜା କ୍ଷେତ୍ରରେ ପହଞ୍ଚି ପିତୃପୁରୁଷଙ୍କୁ ପିଣ୍ଡ ଦାନ କରବା ସହ ମା’ବିରଜାଙ୍କର ଦର୍ଶନ କରିଛନ୍ତି । ସେଥିପାଇଁ ଆଜି ପ୍ରବଳ ଭିଡକୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *