ରଥ-ପଥ ପ୍ରସ୍ତୁତ: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣକୁ ଆସିବେ ଶ୍ରୀ ଜଗନ୍ନାଥ
1 min readଭୁବନେଶ୍ୱର: ମହାପ୍ରଭୁଙ୍କ ଘୋଷଯାତ୍ରା ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଉଭା ତିଥିରେ ଗୁରୁବାର ମହାପ୍ରଭୁଙ୍କ ଘୋଷଯାତ୍ରାର ତିନ ରଥକୁ ପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ନିମନ୍ତେ ଡାକରା ଆସିବ । ଏଥିପାଇଁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ରଥଖଳା ପହଞ୍ଚିବ । ଏହି ବିଧି ଅନୁପାଳନ ପୂର୍ବରୁ ତିନି ରଥ ନିର୍ମାଣ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ତିନି ରଥର କଳସ ସ୍ଥାପନ, ସିଂହାସନରେ ଚକା ପଡ଼ିବା, ଧ୍ୱଜା ବନ୍ଧା, ରଥ ଅଳଙ୍କରଣ କାମ ବାକି ରହିଛି ।
ରଥରେ କନା ଆବରଣ କାର୍ୟ୍ୟ କାର୍ୟ୍ୟ ଶେଷ ପର୍ୟ୍ୟାୟରେ । ୧ ତାରିଖ ରଥଯାତ୍ରା ଦିନ ସକାଳ ୬ରୁ ମଙ୍ଗଳ ଆଳତିରୁ ଗୋପାଳ ବଲ୍ଲଭ, ରଥପ୍ରତିଷ୍ଠା, ମଙ୍ଗଳାର୍ପଣ ବଢ଼ି ସକାଳ ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହେବ । ରଥକୁ ମଦନମୋହନ ବିଜେ କରିବା ପରେ ଚିତା ଲାଗି, ବେଶ, ଛେରାପହଁରା ନୀତି, ଚାରମାଳ, ଘୋଡ଼ା, ସାରଥି ଯୋଚାହୋଇ ପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ରଥ ଟଣା ଅପରାହ୍ଣ ଚାରିଟାରୁ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି ।
ବୁଧବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ସମ୍ପନ୍ନ ହୋଇଛି । ପ୍ରଶାସନିକ ନୀତି ନିର୍ଘଣ୍ଟର ୪୫ ମିନିଟ ପୂର୍ବରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶର୍ନ ଆରମ୍ଭ ହୋଇଥିଲା । ଭକ୍ତଙ୍କ ଭିଡ଼ କିନ୍ତୁ ବିଶେଷ ନଥିଲା । ଦୀର୍ଘ ୧୬ ଦିନର ବିରତି ପରେ ଭକ୍ତ ଓ ଭଗବାନଙ୍କ ମିଳନରେ ପ୍ରବଳ ଭିଡ଼ ହେବାର ଆଶା କରାଯାଉଥିଲା ।