Pratidin TV

Odisha's Digital News Platform

ମହାରାଷ୍ଟ୍ରରେ ସିରିଜ ସଡକ ଦୁର୍ଘଟଣା ୧୬ ଚକିଆ ଟ୍ରକ୍‌ ଧକ୍କାରେ ୧୨ଟି ଗାଡ଼ି ଭାଙ୍ଗି ହେଲା ଚୂରମାର

ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା | ୧୬ ଚକିଆ କଣ୍ଟେନର ଟ୍ରକ୍‌ ଧକ୍କା ଦେବା ଫଳରେ ୧୨ଟି ଗାଡ଼ି ହୋଇଛି ଭାଙ୍ଗି ଚୂରମାର | ଏହି ଗାଡି ମଧ୍ୟରେ ୯ଟି କାର ଥିବା ବେଳେ ଗୋଟେ ଆମ୍ବୁଲାନ୍ସ ଏବଂ ୨ଟି ବାଇକ ଥିବା ନେଇ ଜଣାପଡିଛି | ଏହି ସସଦାଙ୍କ ଦୁର୍ଘଟଣାରେ ୧୨ ଜଣ ଲୋକ ଗୁରୁତର ହୋଇଥିବାବେଳେ 4 ଜଣ ହୋଇଛନ୍ତି ଅବସ୍ଥା ସଙ୍କଟାପନ୍ନ |

ତେବେ ଟ୍ରକଟି ଦ୍ରୁତଗତିରେ ନାଗପୁରର ମାନକପୁର ଫ୍ଲାଏ ଓଭର ଉପରୁ ତଳକୁ ଖସୁଥିବା ବେଳେ ଦୁର୍ଘଟଣା ଘଟିଥିଲା | ଏହି ସିରିଜ ଦୁର୍ଘଟଣାରେ ୧୨ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର ଭୟାବହତା ଏପରି ଥିଲା ଯେ ଗାଡ଼ିଗୁଡ଼ିକ ରାସ୍ତା ଉପରେ ଛିଟିକି ପଡ଼ିଥିଲା। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହ ଘଟଣାର ଛାନଭିନ ଆରମ୍ଭ କରିଛି | ତେବେ ଟ୍ରକ ଚାଳକ ମଦ ପି’ ଗାଡି ଚଳାଉଥିବା ନେଇ ସନ୍ଦେହ ହେଉଛି | ଏହି ଦୁର୍ଘଟଣା ପରେ କିଛି ସମୟ ଧରି ରାସ୍ତାରେ ଯାତାୟାତ ବନ୍ଦ ପଡିଯାଇଥିଲା | ପୋଲିସ ସମସ୍ତ ଗାଡିକୁ ରାସ୍ତାରୁ ହଟାଇବା ସହ ଆହତମାନଙ୍କୁ ମେଡିକାଲର କରିଛି ଭର୍ତ୍ତି |

Leave a Reply

Your email address will not be published. Required fields are marked *