Pratidin TV

Odisha's Digital News Platform

ବିଜେପି ପରେ ମହର୍ଷି ହିଂସା କାଣ୍ଡ ; ଛାତ୍ରଙ୍କ ପାଇଁ କେତେ ସୁରକ୍ଷିିତ କଲେଜ୍ କ୍ୟାମ୍ପସ୍ ?

ଭୁବନେଶ୍ୱର : ବିଜେପି ପରେ ଆଜି ରାଜଧାନୀ ମହର୍ଷି କଲେଜରେ ତୁମୁଳକାଣ୍ଡା କ୍ୟାମ୍ପସରୁ ଛାତ୍ରଙ୍କୁ ଘୋଷାଡିନେଲେ ଦୁବୁର୍ତ୍ତ । ଏହାପରେ ଛାତ୍ରମାନଙ୍କୁ ନିସ୍ତୁକ ଭାବେ ପିଟିଥିବା ଗଣମାଧ୍ୟମ ଆଗରେ କହିଛନ୍ତି ଛାତ୍ର । ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଏଭଳି ମାରପିଟ୍ ଚାଲିଥିବା ଜଣାପଡିଛି । ତେବେ ହଠାତ୍ ୧୦ ରୁ ୧୫ ଜଣ ଦୁର୍ବୁତ ହାତରେ ହକିଷ୍ଟିକ୍ ଓ ରଡ୍ ଧରି କଲେଜ୍ କ୍ୟାମ୍ପସ୍ ଭିତରକୁ ପସିଥିଲେ ଓ ନିର୍ଦ୍ଦିଷ୍ଟ କିଛି ପିଲାଙ୍କୁ କ୍ୟାମ୍ପସ ଭିତରୁ ଘୋଷାଡି ନେଇ ପିଟିଥିଲେ । ଫଳରେ ୫ ଜଣ ଆହତ ହୋଇଥିବା ବେଳେ , ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ହସ୍ପିଟାରେ ଭର୍ତ୍ତି କରାଯାଇଛି ।

ଗତ ଶୁକ୍ରବାର କିଛି ଅଣଛାତ୍ର କଲେଜରେ ପଶି ଖଟିମାରୁଥିବାରୁ କଲେଜର କିଛି ଛାତ୍ର ପ୍ରିନ୍ସିପାଲଙ୍କ ଅଭିଯୋଗ କରିଥିବାରୁ ଆଜି ଏଭଳି ଅଘଟଣ ଘଟିଥିବା ଜଣାପଡିଛି । କଲେଜ୍ କ୍ୟାମ୍ପସ୍ ଭିତରେ ବାରମ୍ଭାର ଅଣଛାତ୍ରଙ୍କ ପଶିବାକୁ କଲେଜ୍ ଛାତ୍ର ମାନେ ବିରୋଧ କରି ପ୍ରିନ୍ସିପାଲ ମ୍ୟାଡାମଙ୍କୁ ଜଣାଇଥିଲେ ମଧ୍ୟ ମ୍ୟାଡାମ୍ କିଛି ଆକ୍ସନ ନେଇନଥିବା ଗଣାମଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଛାତ୍ର ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ବାପା ମା ନିଜ ଛୁଆର ଉଜ୍ୱଳ ଭବିଷ୍ୟତ ପାଇଁ କଲେଜ ପଠାଉଛନ୍ତି । ପିାଲମାନଙ୍କୁ ନେଇ ଅନେକ ସ୍ୱପ୍ନ ଦେଖୁଛନ୍ତି କିନ୍ତୁ କଲେଜ୍ ଆସି ଛୁଆମାନେ ଏଭଳି ସମମସ୍ୟାର ସମ୍ମୁଖିନ ହେଉଛନ୍ତି ।
ବର୍ତ୍ତମାନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମୃକ୍ତ ମାମଲାର ତଦନ୍ତ ଚଲାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *