ଆଜି ମହାଶିବରାତ୍ରୀ : ଭୁଲରେ ବି କରନ୍ତୁ ନାହିଁ ଏପରି କାର୍ଯ୍ୟ , ନଚେତ୍ ପଡିପାରେ ମହାଦେବଙ୍କ କ୍ରୋଧର ..
1 min readଭୁବନେଶ୍ୱର : ହିନ୍ଦୂ କ୍ୟାଲେଣ୍ଡର ଅନୁଯାୟୀ , ମହାଶିବରାତ୍ରୀ ପର୍ବ ଫାଲଗୁନ ମାସର କୃଷ୍ଣ ପକ୍ଷ ଚର୍ତୁଦଶୀରେ ପାଳନ କରାଯାଏ । ଏଥର ୧୮ ଫେବୃଆରୀ ୨୦୨୩ ଅର୍ଥାତ୍ ଆଜି ମହାଶିବରାତ୍ରୀ ପର୍ବ ପାଳନ କରାଯାଉଛି । ବିଶ୍ୱାସ କରାଯାଏ ଯେ ମହାଶିବରାତ୍ରୀ ହେଉଛି ଭଗବାନ ଶିବଙ୍କ ଉପାସନା ପାଇଁ ସର୍ବୋଚଦିନ । ଆଜିର ଦିନରେ ଲୋକମାନେ ଉପବାସ କରି ଶିବଙ୍କ ଭକ୍ତିରେ ଦୀପ ଜଳାନ୍ତି । କିନ୍ତୁ ଏହି ଦିନ ଉପବାସ କରୁଥିବା ଲୋକଙ୍କ ପାଇଁ କିଛି ବିଶେଷ ନିୟମ ରହିଛି । ଯାହକୁ ସର୍ତକତା ସହ ପାଳନ କରିବାକୁ ପଡିଥାଏ । ଆସନ୍ତୁ ଜାଣିବା –
କଳା ରଙ୍ଗର ପୋଷାକ ପରିଧାନ ନିଷେଦ୍ଧ – ମହାଶିବରାତ୍ରୀ ଦିନ କଳା ରଙ୍ଗର ପୋଷାକ ଠାରୁ ଦୂରେଇ ରୁହନ୍ତୂ । ବା କଳା ରଙ୍ଗର ପୋଷାକକୁ ପରିଧାନ କରନ୍ତୁ ନାହିଁ । ଏହି ଦିନ କଳା ରଙ୍ଗର ବସ୍ତ୍ରକୁ ଅଶୁଭ ମାନାଯାଏ । ତାସହ ଶିବଲିଙ୍ଗ ଉପରେ ଚଢାଯାଉଥିବା ଭୋଗ ମଧ୍ୟ ଗ୍ରହଣ କରନ୍ତୁ ନାହିଁ । ଏହାଦ୍ୱରା ଦୁର୍ଭାଗ୍ୟ ବୃଦ୍ଧିପାଏ ଆପଣଙ୍କ ଜୀବନରେ ।
ଏସବୁ ଭୋଜନ ଗ୍ରହଣ କରନ୍ତୁ ନାହିଁ – ଶିବରାତ୍ରୀ ପାଳନ କରୁଥିବା ବ୍ୟକ୍ତି ଡାଲି,ଚାଉଳ,ଅଟା ଇତ୍ୟାଦି ଖାଦ୍ୟ ପଦାର୍ଥ ଭୋଜନରେ ଗ୍ରହଣ କରନ୍ତୁନାହିଁ । ଏହି ବ୍ରତରେ ଆପଣମାନେ କ୍ଷୀର,ଫଳ ଓ ପାଣି ପିଇପାରିବେ । କିନ୍ତୁ ସୂର୍ଯ୍ୟସ୍ତପରେ ଆଉ କିଛି ଖାଦ୍ୟ ଗ୍ରହଣ କରିପାରିବରନାହିଁ ।
ରାତିରେ ଉଜାଗର ରୁହନ୍ତୁ – ଶିବରାତ୍ରୀ ବ୍ରତଧାରୀ ମାନେ ଏହି ଦିନରେ ବିଳମ୍ବରେ ଉଠିବା କିମ୍ବା ରାତିରେ ଶୋଇପଡିବା ଭଳି ଭୁଲ କାମ କରନ୍ତୁ ନାହିଁ । ରାତ୍ରୀରେ ଉଜାଗର ରହି ଦୀପ ଜାଳିବା ଦ୍ୱାରା ଶିବଙ୍କ ଆର୍ଶୀବାଦ ଲାଭ ହୁଏ । ପରଦିନ ସକାଳୂ ସ୍ନାନ ସାରି ପ୍ରସାଦ ଗ୍ରହଣ ସହ ଶିବଙ୍କ ତିଲକ ଲଗାଇ ବ୍ରତ ଭାଙ୍ଗିପାରିବେ ।
ଶିବଲିଙ୍ଗରେ ଙ୍କୁଙ୍କୁମ ଚଢାନ୍ତୁ ନାହିଁ-ଏହି ଦିନରେ ଶିବଙ୍କୁ ପ୍ରଶନ୍ନ କରିବା ଲାଗି ଭୁଲରେ ମଧ୍ୟ ଙ୍କୁଙ୍କୁମ ଚଢାନ୍ତୁନି । ତାପରିବର୍ତ୍ତେ ଚନ୍ଦନ ଚଢାନ୍ତୁ ସୁଫଳ ମିଳିବ । କିନ୍ତୁ ଏହିଦିନ ମାପାର୍ବତୀ ଆଉ ଗଣେଶଙ୍କୁ ଆପଣମାନେ ଙ୍କୁଙ୍କୁମ ଚଢାଇ ପାରିବେ ।
ଭଙ୍ଗା ବା ଖୁଦର ଅକ୍ଷତ ଚଢାନ୍ତୁ ନାହିଁ – ଶିବଙ୍କ ପୂଜାରେ ଭାଙ୍ଗିଯାଇଥିବା ଚାଉଳକୁ ଅକ୍ଷତ ଭାବରେ ବ୍ୟବାହର କରନ୍ତୁ ନାହିଁ । କାରଣ ଅକ୍ଷତର ଅର୍ଥ ଅଭଙ୍ଗା ଚାଉଳ । ଯାହ ପୂଣ୍ୟର ପ୍ରତୀକ । ସେଥିପାଁ ଶିବଙ୍କୁ ଅକ୍ଷତ ରୂପରେ ଚାଉଳ ଅର୍ପଣ କରିବା ସମୟରେଦେଖିକି ଚଢାନ୍ତୁ । ଯେପରି ଭଙ୍ଗା ଚାଉଳ ଅକ୍ଷତରେ ନଥିବ ।
କେତକି ଓ ଚମ୍ପା ଫୁଲ –ଆଜିକା ଦିନରେ ଭଗବାନ ଶିବଙ୍କ ନିମନ୍ତେ ଭକ୍ତମାନେ ଅନେକ ପ୍ରକାରର ମାଳା ତିଆରି କରି ଆଣିଥାନ୍ତି । କିନ୍ତୁ କଣ ଆପଣାମନେ ଜାଣିଛନ୍ତି କି କେତକି ଓ ଚମ୍ପା ଫୁଲକୁ ଶିବଙ୍କ ଉପରେ ଚଢାଯାଏ ନାହିଁ । କାରଣ ଏହି ଫୁଲ ଭଗବାନ ଶିବଙ୍କ ଦ୍ୱାରା ଅଭିସାପ ପାଇଥିଲା ।
ଚିରା ବେଲପତ୍ର –ଆଜି ଶିବଙ୍କୁ ବେଲପତ୍ର ଅର୍ପଣ ସମୟରେ ଖୁବ୍ ସତର୍କ ରହିବେ । ଭୁଲରେବି ଚିରା କିମ୍ବା ଫାଟିଯାଇଥିବା କିମ୍ବା କିଛି ଛିଦ୍ର ଥିବା ବେଲପତ୍ର ଚଢାନ୍ତୁ ନାହିଁ ।