ପାଳନ କଲେ ପ୍ରତିଶ୍ରୁତି, ଦଳୀୟ ପାର୍ଥି ହାରିଯିବାରୁ ଅଧା ଲଣ୍ଡାହେବା ସହ ଅଧା ନିଶ କାଟି ଗାଁରେ ବୁଲିଲେ ଦଳୀୟ କର୍ମୀ…
1 min readନିର୍ବାଚନରେ ହାରିଗଲେ ସମର୍ଥିତ ପାର୍ଥି । ଅଧା ଲଣ୍ଡା ହୋଇ ଅଧା ନିଶ କାଟି ଦେଲେ ଦଲୀୟ କର୍ମି । ସାଧାରଣତଃ ନିର୍ବାଚନ ହାରିବା ପାରେ ଅନେକ ସ୍ଥାନରେ ହିଂସାତ୍ମକ କାଣ୍ଡ ଭଳି ମାରପିଟ ବା ଗୋଷ୍ଟି ସଂଘର୍ଷ ହୋଇଥାଏ । କିନ୍ତୁ ଏଠାରେ ଦଳୀୟ କର୍ମୀ ଜଣକ ଏଭଳି କାମ କରିଛନ୍ତି । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏପରି ଘଟଣା ଦେଖୁବାକୁ ମିଳିଛି ଛତିଶଗଡରେ । ଏବେ ସେଠାରେ ସଦ୍ୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ହେଲେ ଜିଲ୍ଲାର ଖାଲାରୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଅଲକା ନରେଶ ଚନ୍ଦ୍ରକରଙ୍କ ପରାଜୟ ପରେ ଜଣେ ସମର୍ଥକ ତାଙ୍କ ଅଧା ମୁଣ୍ଡ ଏବଂ ଅଧା ମୁଣ୍ଡ କାଟି ଦେଇଛନ୍ତି । ଯାହାର ଫଟୋ ଇଣ୍ଟରନେଟ୍ରେ ଭଇରାଲ ହୋଇଛି ।
ସୂଚନା ମୁତାବିକ ବ୍ୟକ୍ତି ଜଣଙ୍କ ହେଲେ ମହାସମୁନ୍ଦ ଜିଲ୍ଲାର ବିହାଜର ଗାଁର ୪୮ ବର୍ଷିୟ ଡେରହାରାମ ଯାଦବ । ସେ ପେଶାରେ ଜଲେକ୍ରିସିଆନ । ହେଲେ ରାଜନୀତିରେ ସେ ବିଜେପିର ଜଣେ ଦୃଢ ସମର୍ଥକ । କୁହାଯାଉଛି ଯେ ନିର୍ବାଚନ ପ୍ରଚାର ସମୟରେ ଦେହରାମ ଗାଁରେ ଅଲକା ଚନ୍ଦ୍ରକରଙ୍କ ବିଜୟ ଦାବି କରିଥିଲେ । ସେ ତାଙ୍କ ଗାଁରେ କହିଥିଲେ ଯେ ଯଦି ଅଲକା ଚନ୍ଦ୍ରକର ନିର୍ବାଚନରେ ଜିତନ୍ତି ନାହିଁ, ତେବେ ସେ ତାଙ୍କର ଅଧା ନିଶ ଏବଂ ଅଧା ଲଣ୍ଡା ହୋଇଯିବେ । ଏବଂ ସମଗ୍ର ଗାଁରେ ବୁଲିବେ ବୋଲି । ବର୍ତ୍ତମାନ ନିର୍ବାଚନ ଫଳାଫଳ ପରେ ସେ ମଧ୍ୟ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି । ଭାଇରାଲ ଭିଡିଓରେ ସେ କହିଛନ୍ତି ଯେ ପୂର୍ବ ସରକାର ଗଙ୍ଗା ଜଳ ଉପରେ ଶପଥ କରି ପ୍ରତିଶ୍ରୁତି ପାଳନ କରିନାହାଁନ୍ତି । ମୁଁ ଗଙ୍ଗା ଜଳ ଉପରେ ଶପଥ କରି ନାହିଁ, ତଥାପି ମୁଁ ମୋର ପ୍ରତିଜ୍ଞା ପାଳନ କଲି ।