ଜାତିର ପିତାଙ୍କୁ ଅସମ୍ମାନ : ପୂଜାମଣ୍ଡପରେ ଗାନ୍ଧିଙ୍କ ମହିଶାସୁର ରୂପକୁ ନେଇ ବିବାଦ
1 min readଭୁୁବନେଶ୍ୱର : ଏବେ ଚର୍ଚ୍ଚାରେ କୋଲକାତାର ଏକ ପୂଜାମଣ୍ଡପ । ସମଗ୍ର ଦେଶରେ ପାର୍ବଣ ମାସରେ ମାଁଙ୍କ ଆଗମନକୁ ନେଇ ଦୀର୍ଘ ୨ ବର୍ଷ ପରେ ଖୁସି ଉଲ୍ଲାସରେ ଦୁର୍ଗାପୂଜା ଆୟୋଜିତ ହୋଇଛି । ଠିକ୍ ଏହି ସମୟରେ ଦୁର୍ଗାପୂଜାକୁ ନେଇ ପ୍ରସିଦ୍ଧ କୋଲକାତା ସହରରୁ ଏକ ବିବାଦିୟ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ଏକ ଚର୍ଚ୍ଚାର ବିଷୟ ପାଲଟିଯାଇଥିବାବେଳେ , ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି ଏହି ଫଟୋଟି । ସତ୍ୟ,ନ୍ୟୟ,ଧର୍ଯ୍ୟ ଏବଂ ଶାନ୍ତିର ଦୂତ ତଥା ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ମହିଷାଶୁର ରୂପରେ ମୂର୍ତ୍ତି ନିର୍ମାଣ କରାଯାଇଛି।
ଗାନ୍ଧିଙ୍କୁ ଏଭଳି ଚରମ ଅପମାନ ନେଇ ତୀବ୍ର ନିନ୍ଦା କରାଯାଇଥିବା ବେଳେ ବିବାଦ ଘେରକୁ ଆସିଛନ୍ତି ଆୟୋଜକ। କୋଲକାତାର ଏକ ପୂଜା ପେଣ୍ଡାଲରେ ସର୍ବ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ଏଭଳି ବିକୃତ ଢଙ୍ଗରେ ଗାନ୍ଧିଙ୍କୁ ମହିଷାସୁର ରୂପରେ ଅଭିହିତ କରାଯାଇଛି। ଏହାକୁ ନେଇ ତେଜିଛି ବିରୋଧ ଓ ପ୍ରତିବାଦର ସ୍ୱର। ତେବେ ଏହି ଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳାୟ ପକ୍ଷରୁ ତାଗିଦ ପରେ ମହିଷାସୁର ମୂର୍ତ୍ତିରୁ ଗାନ୍ଧିଙ୍କ ମୁହଁକୁ ହଟାଇ ଦିଆଯାଇଛି। ଆୟୋଜକଙ୍କ କହିବା ଅନୁଯାୟୀ ବିବାଦୀୟ ଆକୃତିକୁ ହଟାଇ ଦିଆଯାଇଛି।
ତେବେ ଏହି ଘଟଣାଟି ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ କୋଲକାତାର ଜଣେ ସାମ୍ବାଦିକ ଏହି ଫଟୋଟିକୁ ଟୁଇଟରରେ ପୋଷ୍ଟ କରି କୋଲକାତା ପୋଲିସକୁ ଟ୍ୟାଗ୍ କରିଥିଲେ ।
ଅନ୍ୟପଟେ ପୂଜା ଆୟୋଜକ ଏହାର ପ୍ରତିକ୍ରିୟାରେ କହିଛନ୍ତି ଯେ ଆମ ଏଭଳି କରିବାର ଉର୍ଦ୍ଦେଶ୍ୟ କାହା ଭାବନାକୁ ଆଘାତ କରିବା ନୁହେଁ । ଏଥିପାଇଁ ପୋଲିସ ଆମକୁ ଯେତେବେଳେ ବଦଳାଇବାକୁ କହିଲା ଆମେ ମହିଷାସୁର ମୂର୍ତ୍ତି ଉପରେ ନିଶ ଏବଂ ମୁଣ୍ଡରେ ଚୁଟି ଲଗାଇଦେଇଛୁ ।
ସେହିଭଳି ଜାତୀୟ ହିନ୍ଦୁମହାସଭା ପଶ୍ଚିମବଙ୍ଗ ଶାଖାର ସଭାପତି ଚନ୍ଦ୍ରଚୁଡ ଗୋସ୍ୱାମୀ କହିଛନ୍ତି ଯେ ଚନ୍ଦା ମୁଣ୍ଡ ଏବଂ ଚଷମା ପିନ୍ଦିଥିବା ସବୁ ବ୍ୟକ୍ତି ଗାନ୍ଧି ନୁହଁନ୍ତି । ବିବାଦରେ ଥିବା ଗାନ୍ଧି ମୂର୍ତ୍ତିକୁ ଦେଖ ଗାନ୍ଧି କଣ ଢାଳ ଧରନ୍ତି କିନ୍ତୁ ଏଠାରେ ମହିହାସୁର ମୂର୍ତ୍ତି ଏକ ଢାଳ ଧରିଥିବାର ନଜର ଆସିଛି ।
ବିଜେପି ଉପରେ ଭଡକିଲା କଂଗ୍ରେସ –ତୃଣମୂଳ କଂଗ୍ରେସର ମହାସଚିବ କୃଣାଲ ଘୋଷ ନିଜର ମତ ଉପସ୍ଥାପନା କରି କହିଛନ୍ତି ଯେ ବିଜେପି ଅଭଦ୍ରତାର ଶେଷ ସୀମା ପାର କରିଛି । ଏହା ହେଉଛି ତାର ଅସଲ ଚେହାରା । ଗାନ୍ଧୀଙ୍କୁ ଏପରି ଅପମାନ କରିବା ତାର ସ୍ୱଭାବ । ମହାତ୍ମା ଗାନ୍ଦୀ ରାଷ୍ଟ୍ରପିତା ତାଙ୍କୁ ଏପରି ଅପମାନ କଦାପି ସହାଯିବନି ।