ବିଗିଡିବାରେ ଲାଗିଛି ଯମୁନା ଅବସ୍ଥା, ଶୁଦ୍ଧିକରଣ ପାଇଁ ଆରମ୍ଭ ହେଲା ମହାଯଜ୍ଞ…
1 min readଦିନକୁ ଦିନ ଅଧିକ ବିଷାକ୍ତ ହେବାରେ ଲାଗିଛି ଯମୁନା । ଯମୁନା ନଦୀରେ ଧଳା ଚାଦର। ଖଣ୍ଡ ଖଣ୍ଡ ହୋଇ ଭାସୁଛି ବିଶାକ୍ତ ଫେଣ। ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ସହିତ ଯମୁନା ନଦୀ ମଧ୍ୟ ଦୂଷିତ ହେବାରେ ଲାଗିଛି। ଏବେ ଯମୁନା ନଦୀର ପାଣିରେ ବିଷାକ୍ତ ଫେଣ ଦେଖିବାକୁ ମିଳିଛି।ତେବେ ଏହାରି ମଧ୍ୟରେ ଯମୁନା ନଦୀର ଶୁଦ୍ଧତା ପାଇଁ ଏବେ ଅଣ୍ଟା ଭିଡିଛନ୍ତି ଯମୁନା ସାଂସଦ ରବିଶଙ୍କର ତିଓ୍ବାରୀ । ସେ ସଙ୍କଳ୍ପ ନେଇଛନ୍ତି ଯେ, ‘ଯଦି ଯମୁନା ବଞ୍ଚିବ, ତେବେ ଯାଇ ଦିଲ୍ଲୀ ବଞ୍ଚିବ’ ।
ଯମୁନା ନଦୀର ଅବିରଳତା ଓ ନିର୍ମଳତା ପାଇଁ ସେ ଏକ ଐତିହାସିକ ଯାତ୍ରା ର ଆରମ୍ଭ କରିଛନ୍ତି ଯାହା ପ୍ରତ୍ୟେକ ଯମୁନା ପତ୍ରକୁ ତନ, ମନ, ଧନ ସହ ଜୋଡି ରଖିବାର ଉଦ୍ଦେଶ୍ୟ । ଏନେଇ ସେ ଭାଇ ଦୁଜ ଅବସରରେ ଯମୁନାର ଶୁଦ୍ଧିକରଣ ପାଇଁ ‘ଭିକ୍ଷାଟନ ମହାଯଜ୍ଞ’ ର ଆରମ୍ଭ କରିଛନ୍ତି । ଏହି ଜନଜାଗରଣ ଅଭିଯାନ ଆସନ୍ତା ବର୍ଷ ଭାଇ ଦୁଜ ପର୍ଯ୍ୟନ୍ତ ଚାଲିବ ।ଏହି ସମୟ ମଧ୍ୟରେ, ପରବର୍ତ୍ତୀ ଭଇ ଦୁଜ ପର୍ଯ୍ୟନ୍ତ, ଯମୁନା ସଂସଦର ସଂଯୋଜକ ଓ ଯମୁନା ଭିକ୍ଷୁ ରବିଶଙ୍କର ତିଓ୍ବାରୀ ଦିଲ୍ଲୀ-ଏନସିଆର ସମେତ ସମଗ୍ର ବ୍ରଜ ଅଞ୍ଚଳର ପ୍ରତ୍ୟେକ ଘରେ ଯମୁନା ସମସ୍ୟା ନେଇ ପହଞ୍ଚିବେ ।
ଦିଲ୍ଲୀର ଆଇଆଇଟି ଛଠ ଘାଟରେ ରବିବାର ସକାଳେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଯଜ୍ଞ ଓ ଶଙ୍ଖନାଦରେ ଭିକ୍ଷାଟନ ଆରମ୍ଭ ହୋଇଛି ।ଏଥିରେ ଜାତୀୟତାବାଦୀ ଚିନ୍ତକ କେ.ଏନ୍ ଗୋବିନ୍ଦାଚାର୍ଯ୍ୟ, କଥାବାଚକ ଅଜୟ ଭାଇ ଜୀ, ନାମଧାରୀ ଏବଂ ନିରଙ୍କରୀ ସମାଜ, ନଦୀ ସମ୍ୱାଦ, ବିଶ୍ୱ ଜାଗ୍ରୁତି ମିଶନ, ଦିଲ୍ଲୀ ପଞ୍ଚାୟତ ସଂଗଠନ, ୩୬୦ ଖାପ ପଞ୍ଚାୟତ ସମେତ ବିଭିନ୍ନ ରାଜନୈତିକ ଦଳ ତଥା ସାମାଜିକ-ଧାର୍ମିକ-ବ୍ୟବସାୟ ସଂଗଠନର ପ୍ରତିନିଧୀ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରମାନେ ଉପସ୍ଥିତ ଥିଲେ ।