ଧୋନିଙ୍କୁ ଫୋନ୍ କରି ଡ଼କାଇଲେ ପୋଲିସ୍, ଓକିଲ ନପଠେଇ ନିଜେ କାହିଁକି ଆସିଲେ ମାହି!
1 min readଧୋନିଙ୍କ ପାଖକୁ ଗଲା ଜଣେ ପୋଲିସ ବାବୁଙ୍କ ଫୋନ ଆଉ ଫୋନ ପାଇଁ ପୋଲିସ ବାବୁଙ୍କ ପାଖରେ ପହଞ୍ଚିଗଲେ ମହେନ୍ଦ୍ର ସିଂ ଧୋନି | ତେବେ ସେହି ପୋଲିସ ଜଣକ କିଏ..| ଯାହାର କେବଳ ଗୋଟିଏ କଲରେ ତାଙ୍କ ନିକଟରେ ପହଞ୍ଚିଲେ ଧୋନି |
ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି | ସେ କ୍ରିକେଟରୁ ସନ୍ୟାସ ନେଇଛନ୍ତି ସତ କିନ୍ତୁ ସର୍ବଦା ଚର୍ଚ୍ଚାରେ ରହି ଆସୁଛନ୍ତି | ସୋସିଆଲ ମିଡିଆରେ ଯଦିଓ ସେ ଏତେ ଆକ୍ଟିଭ ନଥିଲେ ମଧ୍ୟ ତଥାପି ସେ ଚର୍ଚ୍ଚାରେ ରହି ଆସୁଛନ୍ତି | ନିକଟରେ IPL ପାଇଁ ସେ ଚର୍ଚ୍ଚାରେ ରହିଥିଲେ | ହେଲେବି ଵର୍ତମାନ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି | ଯେଉଁଥିରେ ଦେଖିବାକୁ ମିଳିଛି ସେ ଜଣେ ପୋଲିସ ଅଧିକାରୀଙ୍କ ନିକଟରେ ଠିଆ ହୋଇଛନ୍ତି | ତେବେ ଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |
ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର କିଛି ଖାସ ଅଟେ | ଦୀର୍ଘ ୧୨ ବର୍ଷ ହେଲା ଧୋନିଙ୍କ ସହ ଏହି ପୋଲିସ ବାବୁଙ୍କର ସମ୍ପର୍କ ରହିଛି | ତେବେ ଏହି ପୋଲିସ ବାବୁ ଜଣକ ହେଲେ ଯୋଗେନ୍ଦ୍ର ଶର୍ମା | ଯୋଗେନ୍ଦ୍ର ଶର୍ମା ହେଉଛନ୍ତି ଭାରତୀୟ ଟିମର ପୂର୍ବତନ କ୍ରିକେଟର | ସେ ଧୋନିଙ୍କ ସହ ଡେବ୍ୟୁ କରିଥିଲେ | ବର୍ତ୍ତମାନ ସେ ହରିୟାଣା ପୋଲିସ ଭାବେ କାର୍ଯ୍ୟ କରୁଛନ୍ତି | ତେବେ ସେ ଆଜି ଧୋନିଙ୍କୁ ଭେଟିବା ପରେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି | ଜେଠୀରେ ସେ ଲେଖିଛନ୍ତି ୧୨ ବର୍ଷ ପରେ ସେ ଧୋନିଙ୍କୁ ଭେଟିଛନ୍ତି | ତେବେ ୨00୭ ବିଶ୍ୱକପ ଟି-ଟ୍ୱେଣ୍ଟିରେ ସେ ଶେଷ ଥର ପାଇଁ କ୍ରିକେଟ ଖେଳିଥିଲେ ଯୋଗେନ୍ଦ୍ର ଶର୍ମା | ଯେଉଁଥିରେ ଭାରତ ପାକିସ୍ତାନକୁ ହରାଇ ଟାଇଟେଲ ହାତେଇ ଥିଲା | ତେବେ ଦୀର୍ଘ ୧୨ ବର୍ଷ ପରେ ପୁଣି ଠାରେ ଧୋନିଙ୍କୁ ପାଖରେ ପାଇଁ ବେଶ ଖୁସି ହୋଇଯାଇଥିଲେ ଏହି ପୋଲିସ ଅଧିକାରୀ |