ଗର୍ଭବତୀ ମହିଳାମାନଙ୍କୁ ଏହି ବଡ କମ୍ପାନୀ ଦେଲା ଭିନ୍ନ ଉପହାର, ୫ବର୍ଷ ପର୍ଯ୍ୟନ୍ତ ନେଇ ପାରିବେ ଛୁଟି
1 min readନୂଆ ମାତୃତ୍ୱ ଲାଭ କରିଥିବା ମହିଳା କର୍ମଚାରୀଙ୍କ ପାଇଁ ଆସିଲା ଖୁସିର ଖବର । ଏଣିକି କାମ ଏବଂ ଛୁଆଙ୍କୁ ନେଇ ହେବେ ନି ଆଉ ହଇରାଣ ।ତେବେ ଏହା ସବୁ କମ୍ପାନୀ ପକ୍ଷରୁ ଏହି ନିୟମ କରାଯାଇ ନାହିଁ । କେବଳ ଗାଡି ନିର୍ମାତା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ତରଫରୁ ନିଜର ମହିଳା କର୍ମଚାରୀଙ୍କ ପାଇଁ ନୂଆ ମାତୃତ୍ୱ ଛୁଟି ନିୟମ ଜାରି କରାଯାଇଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏଭଳି ନିୟମକୁ ସାରା ଶିଳ୍ପ ଜଗତ ପ୍ରଶଂସା କରିଛି । କମ୍ପାନୀ ତରଫରୁ ପ୍ରଣୟନ କରାଯାଇଥିବା ନୂଆ ମାତୃତ୍ୱ ଛୁଟି ନିୟମରେ ମହିଳାମାନଙ୍କୁ ମାତୃତ୍ୱ ପାଇଁ ୫ବର୍ଷ ଛୁଟି ମିଳିବ । ଏହି ନିୟମକୁ କମ୍ପାନୀ ‘କ୍ୟାରିୟର ଆଣ୍ଡ କେୟାର’ ଯୋଜନାରେ ନାମିତ କରାଯାଇଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀ ସହିତ ଜଡିତ ସମସ୍ତ ମହିଳା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାରଖାନାରେ କାମ କରୁଥିବା ମହିଳା କର୍ମଚାରୀମାନଙ୍କୁ ମଧ୍ୟ ନୂଆ ମାତୃତ୍ୱ ନୀତି ଅଧୀନରେ ସୁରକ୍ଷା ପ୍ରଦାନ କରାଯିବ ।
ଖାଲି ଏତିକି ନୁହେଁ ଯେଉଁ ମହିଳାମାନେ ସନ୍ତାନ ଜନ୍ମ କରିବାକୁ ଯାଉଛନ୍ତି ବା ସେରୋଗେସି ମାଧ୍ୟମରେ ମା’ ହେବାକୁ ଯାଉଛନ୍ତି ସେମାନେ ମଧ୍ୟ ଏହି ନୀତି ଅଧୀନରେ ଅନ୍ତର୍ଭୁକ୍ତ ହୋଇପାରିବେ । ମାତୃତ୍ୱ ଛୁଟି ନୀତିରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ୬ ମାସର ନମନୀୟ କାର୍ଯ୍ୟ ବିକଳ୍ପ ଓ ଏବଂ ୨୪ ମାସର ହାଇବ୍ରିଡ କାର୍ଯ୍ୟ ବିକଳ୍ପ ଦିଆଯାଇଛି । ଛୁଟି ସରିବା ପରେ ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ୨୬ ସପ୍ତାହ ମାତୃତ୍ୱ ଛୁଟି ଉପଲବ୍ଧ ହେବ । ଏହା ସହ ମହିଳା କର୍ମଚାରୀଙ୍କୁ ସପ୍ତାହର ଆବଶ୍ୟକ ମାତୃତ୍ୱ ଛଟି ମଧ୍ୟ ଦିଆଯିବ । ଏହାସହ କମ୍ପାନୀ ତରଫରୁ ଏନେଇ ଏକ ସୂଚି ପ୍ରସ୍ତୁତ କରାଯାଇଛି । ଏଥିରେ ପୁରା ୫ବର୍ଷର ଯାତ୍ରାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅଧୀନରେ ପ୍ରସବ ପୂର୍ବରୁ ଗୋଟିଏ ବର୍ଷ, ମାତୃତ୍ୱ ସମୟରେ ଏକ ବର୍ଷ ଓ ମା’ ହେବାର ୩ ବର୍ଷ ପରେ ଏହି ବୀମାରାଶି ପ୍ରଦାନ କରାଯିବ ।