Pratidin TV

Odisha's Digital News Platform

କିପରି ଇଲେକ୍ଟ୍ରି ଖୁଣ୍ଟକୁ ଚଢିଲା ଥାର୍ ,ଭାଇରାଲ ହେଲା ଭିଡିଓ …

1 min read

ଆପଣମାନେ ବାଇକ୍‌ର ଅନେକ ଷ୍ଟଣ୍ଟ ଦେଖିଥିବେ କିନ୍ତୁ କଣ ଆପଣାମାନେ କେବେ କାରକୁ ଖୂଣ୍ଟ ଉପରକୁ ଚଢୁଥିବାର ଦେଖିଛନ୍ତି । ଆଜି ଆମେ ଏମିତି କିଛି ଆଶ୍ଚର୍ଯ୍ୟକର ଘଟଣା ଆପଣଙ୍କ ସାମ୍ନାକୁ ଆଣିଛୁ ଯାହା ଦେଖିଲେ ଆପଣ ହୁଏତ ଥରୁଟିଏ ଭାବିବାକୁ ବାଧ୍ୟ ହେବେ ଏପରି କେମିତି ହେଲା ?

ଦିଲ୍ଲୀ ଗୁରୁଗ୍ରାମର ସାଇବର ସିଟିର ବ୍ୟସ୍ତବହୁଳ ରାସ୍ତାରେ ଘଟିଥିବା ଏକ ଦୁର୍ଘଟଣାର ଦୃଶ୍ୟ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏକ ମହିନ୍ଦ୍ରା ଥର୍ ଗାଡ଼ିକୁ ପଛରୁ ଏକ ଓମେଜ ଗାଡ଼ି ପିଟିବାରୁ ଥର୍ ଗାଡ଼ିଟି ନିକଟରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢ଼ି ଯାଇଥିଲା। ଥର୍ ଗାଡ଼ିକୁ ଆଞ୍ଚଲ ଗୁପ୍ତା ନାମ୍ନୀ ମହିଳା ଚଳାଉଥିବା ବେଳେ ସେ ସୁରକ୍ଷିତ ଥିବା ଜଣାଯାଇଛି।
ଆଞ୍ଚଲଙ୍କ କହିବାନୁଯାୟୀ, ସେ ନିଜେ ଗାଡ଼ି ଚଳାଇ ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିଲେ।

ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଓମେଜ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଥିଲା ଯେ ସେ ନିଜ ଉପରକୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ନିକଟରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ି ଅଟକି ଯାଇଥିଲା।

Leave a Reply

Your email address will not be published. Required fields are marked *