Pratidin TV

Odisha's Digital News Platform

ତୃତୀୟ ଥର ନୋଟିସ୍ ପରେ ବଙ୍ଗଳା ଖାଲି କଲେ ମହୁଆ ମୋଇତ୍ରା।

ନୂଆଦିଲ୍ଲୀ: ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚରାଯିବା ମାମଲାରେ ଲୋକସଭାରୁ ବହିଷ୍କୃତ ହେବ ପରେ ଏବେ ତାଙ୍କୁ ଶେଷରେ ଦିଲ୍ଲୀରେ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଲା। ଦୁଇ ଦିନ ପୂର୍ବରୁ ବଙ୍ଗଳା ଖାଲି କରିବାକୁ ପୁଣି ଥରେ ମହୁଆକୁ ନୋଟିସ୍ ପଠାଯାଇଥିଲା। ଏହା ପରେ ମହୁଆ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ହାଇକୋର୍ଟ ମହୁଆଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା।

ଲାଞ୍ଚ ନେବା ଏବଂ ସଂସଦରେ ପ୍ରଶ୍ନ ପଚରାଯିବା ଅଭିଯୋଗ ପ୍ରମାଣିତ ହେବା ପରେ ୮ ଡିସେମ୍ବର ୨୦୨୩ ରେ ମହୁଆ ମିତ୍ରଙ୍କ ଲୋକସଭା ସଦସ୍ୟତା ବହିଷ୍କାର କରାଯାଇଥିଲା। ଏହା ପରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ୨ଥର ନୋଟିସ ପଠାଯାଇଥିଲା , କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ତୃତୀୟ ଥର ପାଇଁ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଗଲା। ମହୁଆଙ୍କୁ ଏହି ବଙ୍ଗଳାକୁ ଲୋକସଭା ସାଂସଦ ଭାବରେ ବଣ୍ଟନ କରାଯାଇଥିଲା, କିନ୍ତୁ ତାଙ୍କର ସଦସ୍ୟତା ବାତିଲ ହେବା ମାତ୍ରେ ତାଙ୍କୁ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା।

Leave a Reply

Your email address will not be published. Required fields are marked *