ଶୁଣୁନି ପୋଲିସ ପ୍ରଶାସନ : ଶେଷରେ ନିଖୋଜ ପୁଅକୁ ପାଇବା ପାଇଁ ଥାନା ସାମ୍ନାରେ ଧାରଣ ଦେଲେ ବାପା ମା’…
1 min readଭୁବନେଶ୍ୱର : ୬ ତାରିଖରୁ ସ୍କୁଲ ଯାଇ ଘରକୁ ଫେରିନଥିଲା ପୁଅ । ଏନେଇ ପୁଅକୁ ଅନେକ ଖୋଜା ଖୋଜି କରିବା ପରେ ମୈତ୍ରିବିହର ଥାନାରେ ଅଭିଯୋଗ କରିଥଲେ ବାପା ମା’ । କିନ୍ତୁ ପୋଲିସ ଖାମଖିଆଲି କାର୍ଯ୍ୟନୁଷ୍ଠାନ ପାଇଁ ଶେଷରେ ଥାନା ସାମ୍ନାରେ ଧାରଣା ଦେଇଛନ୍ତି ନିଖୋଜ ଛାତ୍ରଙ୍କ ବାପା ମା’ ।
ଖବର ଅନୁଯାୟୀ ନିଖୋଜ ନାବାଳକ ହେଉଛନ୍ତି ୧୬ ବର୍ଷୀୟ ବାଳକ ଯୋଗେଶ ବାଲାଜୀ । ଗତ ୬ ତାରିଖରେ ଯୋଗେଶ ମୈତ୍ରୀ ବିହାରସ୍ଥିତ ସ୍କୁଲକୁ ସାଇକେଲ ଯୋଗେ ଯାଉଥିବା ବେଳେ ବାଟରୁ ନିଖୋଜ ହୋଇ ଯାଇଥିଲେ। ପୁଅର ଫେରିବା ସମୟ ଗଡିଯାଇଥିଲେ ମଧ୍ୟ ଘରକୁ ଫେରିନଥିଲା ଯୋଗେଶ । ଏନେଇ ବାପା ମା ତାଙ୍କୁ ଖୋଜିବାକୁ ବାହାରି ପଡିଥିଲେ । କିନ୍ତୁ ପୁଅର କୌଣସି ପତ୍ତା ମିଳିନଥିବାରୁ ଶେଷରେ ମୈତ୍ରୀବିହାର ଥାନାର ଦ୍ୱାରସ୍ତ ହୋଇଥିଲେ ବାପା ମା’ । ଏହାପରେ ଏକ ଅଜଣା ନମ୍ବରରୁ ଯୋଗେଶଙ୍କ ବାପାଙ୍କ ନିକଟକୁ ଫୋନ୍ ଆସିଥିବା ବେଳେ ୩ ଲକ୍ଷ ଦେଇ ପୁଅକୁ ନେଇଯିବାକୁ ଅପର ପାର୍ଶ୍ୱର ବ୍ୟକ୍ତି କହିଛନ୍ତି। ଏନେଇ ଯୋଗେଶଙ୍କ ପିତାମାତା ମୈତ୍ରୀବିହାର ଥାନା ଦ୍ୱାରସ୍ଥ ହୋଇଥିଲେ।
ପୁଅକୁ ଖୋଜିଦେବାକୁ ବାରମ୍ବାର ଥାନା ଦୌଡ଼ୁଥିଲେ ବି ସେମାନେ ନିରାଶ ହେଉଥିବା ଅଭିଯୋଗ କରିଛନ୍ତି। ଏପରିକି ଥାନା ଅଧିକାରୀ ଏବେ ମୋ’ ଫୋନ୍ ନଂ ବ୍ଲକ କରି ଦେଇଥିବାରୁ ଆଉ କେଉଁଠୁ ବି ଫୋନ୍ ଆସୁ ନ ଥିବା କହିଛନ୍ତି ଯୋଗେଶଙ୍କ ବାପା । ଆଜକୁ ୮ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଯୋଗୁ ଯୋଗେଶର କୌଣସି ପତ୍ତା ମିଳୁନାହିଁ ବୋଲି କହିଛି ପରିବାର । ପୋଲିସ କୌଣସି ପ୍ରକାରର ସାହାର୍ଯ୍ୟ କରୁନାହିଁ । ଆମେ ଅଧା ଭୁବନେଶ୍ୱର ଖୋଜି ସାରିଲୁନି ଆମ ପୁଅ ମିଳୁନି ବୋଲି କୋହଭରା କଣ୍ଟରେ କହିଛନ୍ତି ଯୋଗେଶଙ୍କ ବାପା ମା । ତେବେ ଦେଖିବା ବାକି ରହିଲା ପୋଲିସ କେତେଶୀଘ୍ର ସମୃକ୍ତ ମାମଲାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ।