Pratidin TV

Odisha's Digital News Platform

୮ ଦିନ ପରେ ମିଳିଲା ନିଖୋଜ ପୁଅ : ମୈତ୍ରୀବିହାର ଥାନାରେ ଧାରଣାରେ ବସିଥିଲେ ବାପା ମା’….

1 min read

ଭୁବନେଶ୍ୱର : ୮ ଦିନ ପରେ ମିଳିଲା ନିଖୋଜ ପୁଅ ଯୋଗେଶ । ଜେନାପୁର ଷ୍ଟେସନ ନିକଟରୁ ଉଦ୍ଧାର କଲା ମୈତ୍ରୀବିହାର ପୋଲିସ । ଖବର ଅନୁଯାୟୀ ୧୬ ବର୍ଷର ପିଲାର ମୁଣ୍ଡଜାମିନ ପାଇଁ ଦୁର୍ବୁର୍ତ୍ତ ମାଗୁଥିଲେ ୩ ଲକ୍ଷ । ଏ ନେଇ ଗତକାଲି ଥାନା ଆଗରେ ଧାରଣାରେ ବସିଥିଲେ ବାପା ମା’ । ପୁଅକୁ ଫେରାଇ ଆଣିବା ପାଇଁ ପୋଲିସ ବାବୁଙ୍କ ଆଗରେ ଆକୁଳ ନିବେଦନ କରିଥିଲେ ୧୬ ବର୍ଷିୟ ଯୋଗେଶଙ୍କ ବାପା ମା ।

ପୁଅର ଅପହରଣ ପରେ ଦୁବୁର୍ତ୍ତମାନେ ୩ ଲକ୍ଷ ଟଙ୍କା ମାଗିଥିଲେ । ଏତେ ପଇସା କୁଆଡେ ଆଣିବେ ଭାବି ଶେଷରେ ଥାନାର ଦ୍ୱାରସ୍ତ ହୋଇଥିଲେ । କିନ୍ତୁ ଗତକାଲି ପୁଅ ନିଖୌଜ ହେବାକୁ ୮ ଦିନ ପୁରୁଥିବାରୁ ପୋଲିସର ଢିଲାପଣ ପାଇଁ ଥାନା ସାମ୍ନାରେ ଧାରଣ ଦେଇଥିଲେ । ତେବେ ଆଜି ପୁଅ ମିଳିବା ପରେ କମିଶନରେଟ ପୋଲିସକୁ ସାଧୁବାଦ ଜଣାଇଛି ଯୋଗେଶଙ୍କ ପରିବାର । “ପୋଲିସ ପାଇଁ ମୋ ପୁଅ ଆଜି ମିଳିପାରିଛି’ ବୋଲି କହିଛନ୍ତି ଯୋଗେଶଙ୍କ ବାପା । ବର୍ତ୍ତମାନ ଯୋଗେଶ ରେଳ ଷ୍ଟେସନକୁ କିଭଳି ଗଲା । ସମୃକ୍ତ ମାମଲାରେ କେଉଁମାନେ ସାମିଲ ଅଛନ୍ତି ଏନେଇ ପୋଲିସ ତଦନ୍ତ ଚଳାଇଛି ।

Advertisement

ଗତ ୬ ତାରିଖରୁ ୧୬ ବର୍ଷୀୟ ବାଳକ ଯୋଗେଶ ବାଲାଜୀ ମୈତ୍ରୀ ବିହାରସ୍ଥିତ ସ୍କୁଲକୁ ସାଇକେଲ ଯୋଗେ ଯାଉଥିବା ବେଳେ ବାଟରୁ ନିଖୋଜ ହୋଇ ଯାଇଥିଲେ। ପୁଅର ଫେରିବା ସମୟ ଗଡିଯାଇଥିଲେ ମଧ୍ୟ ଘରକୁ ଫେରିନଥିଲା ଯୋଗେଶ । ଏନେଇ ବାପା ମା ତାଙ୍କୁ ଖୋଜିବାକୁ ବାହାରି ପଡିଥିଲେ । କିନ୍ତୁ ପୁଅର କୌଣସି ପତ୍ତା ମିଳିନଥିଲା ।

Leave a Reply

Your email address will not be published. Required fields are marked *