Pratidin TV

Odisha's Digital News Platform

ଥାନାରେ ହାଜର ହେଲେ ମଜନୁଙ୍କ ରହସ୍ୟମୟୀ ୧୦୧ ନଂ ଲୈଲା , ସତ୍ୟଜିତଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ଫସିଥିଲେ ଏହି ମହିଳା ।

ରାଜ୍ୟ ସହ ପୁରା ଦେଶରେ ଏବେ ଚର୍ଚ୍ଚା ଖେଳାଇଛି ଯାଜପୁରର ମଜନୁ ସତ୍ୟଜିତଙ୍କ ରାସଳୀଳା । ଆଜି ୫ଦିନିଆ ରିମାଣ୍ଡରେ ଥିବା ମଜନୁର ଖୋଲୁଛି ନୂଆ ଗୁମର। ରିମାଣ୍ଡ ବେଳେ କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ଜଣେ ରହସ୍ୟମୟୀ ମହିଳା। ୫ ଜଣଙ୍କୁ ବିବାହ କରିବା ପରେ ଲାଇନ୍‌ରେ ଥିଲେ ଆହୁରୀ ୯୬ ରାଣୀ । ଏହା ସହ ବିଦେଶୀ ଯୁବତୀମାନଙ୍କୁ ମଧ୍ୟ ବିବାହ ପ୍ରସ୍ତାବ ପଠାଉଥିବା ମାନିଛି ମଜନୁ ସତ୍ୟଜିତ ।

ମଜନୁ ସତ୍ୟଜିତ ମାଟ୍ରିମନି ସାଇଟ୍‌ରେ ଅନେକ ଆକାଉଣ୍ଟ ଖୋଲି ଏମିତି ବିଧବା ଆଉ ଛାଡପତ୍ର ହୋଇସାରିଥିବା ମହିଳା ମାନଙ୍କୁ ଫସାଉଥିଲା । ଆଉ ସେମାନଙ୍କୁ ନିଜ ଶୀକାର ବନାଇ ଟଙ୍କା ଲୁଟୁଥିଲା । ବିବାହ କରି କିମ୍ବା ବିବାହ ପ୍ରତିଶୃତି ଦେଇ ଶାରୀରିକ ସର୍ମ୍ପକ ରଖୂଥିଲା ଆଉ ତାକୁ ଭିଡିଓ ବନାଇ ବ୍ଲାକମେଲ କରୁଥିଲା ।

ବର୍ତ୍ତମାନ ସୁଦ୍ଧା ୩ ଟି ଦାମୀ କାର ଓ ଗୋଟିଏ ବୁଲେଟ ଜବତ କରାଯାଇଛି । ହାର୍ଡ ଡ୍ରାଇଭ ଓ ଲାପଟପ ରୁ ମିଳିଛି ବହୁ ଆପତ୍ତିଜନକ ଭିଡିଓ ପାଇଛି ପୋଲିସ ।

Leave a Reply

Your email address will not be published. Required fields are marked *