Pratidin TV

Odisha's Digital News Platform

ଜଗତପୁରରେ ବଡ଼ ଅଘଟଣ ; ମହାନଦୀରେ ବୁଡ଼ି ଜଣେ ମୃତ ଆଉ ଜଣେ ନିଖୋଜ, ଗାଧୋଇବାକୁ ଯାଇଥିଲେ ୧୧..

1 min read

କଟକ : କଟକ ଜଗତପୁରରେ ବଡ଼ ଅଘଟଣ । ମହାନଦୀରେ ବୁଡ଼ିଗଲେ ଦୁଇ ଅଷ୍ଟମ ଶ୍ରେଣୀର ଛାତ୍ର । ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଛାତ୍ର ନିଖୋଜ ଥିବା ଜଣାପଡିଛି। କଟକ ଜଗତପୁର ନିକଟ ମହାନଦୀରେ ଏଭଳି ଅଘଟଣ ଘଟିଛି। ତେବେ ଏହି ୨ ଛାତ୍ର ହେଉଛନ୍ତି ଆର୍ଯ୍ୟନ ନାୟକ ଏବଂ ମନୋରଞ୍ଜନ ବେହେରା।

ଦୁଇ ଜଣ ଛାତ୍ର ବ୍ୟାରେଜ କଲୋନୀ ଅଞ୍ଚଳର ହୋଇଥିବା ବେଳେ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସର୍ଚ୍ଚ ଅପରେସନ ଜୋରଦାର ଚଳାଇ ଜଣଙ୍କ ର ମୃତ ଶରୀର ଉଦ୍ଧାର କରିଥିବା ବେଳେ ଆଉ ଜଣେ ଛାତ୍ରଙ୍କ ର ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନି ।

Advertisement

ତେବେ ଉଭୟ ଆର୍ଯ୍ୟନ ଓ ମନୋରଞ୍ଜନ ସ୍କୁଲରେ ପରୀକ୍ଷା ଦେଇ ଫେରିବା ପରେ ୧୧ ରୁ ଉର୍ଦ୍ଧ୍ଵ ଛାତ୍ର ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ସମୟରେ ଗୋଡ ଖସି ଯିବାରୁ ଆର୍ଯ୍ୟନ ଓ ମନୋରଞ୍ଜନ ବୁଡ଼ି ଯାଇଥିଲେ। ଅନ୍ୟ ଛାତ୍ରମାନେ ଏ ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜଣାଇବା ପରେ ପ୍ରଧାନ ଶିକ୍ଷକ ଘଟଣା ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ସହିତ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲା।

Leave a Reply

Your email address will not be published. Required fields are marked *