ବିଜେଡିର ପରାଜୟ ଓ ବିଜେପିର ବିଜୟର ପ୍ରମୁଖ କାରଣ
1 min readଚଳିତ ବିଧାନସଭା ନିର୍ବାଚନରେ ବିଜେଡି ସରକାରର ପତ୍ତନ ହୋଇଛି। ଏହାସହିତ ଏକ ରେକର୍ଡରୁ ବଞ୍ଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭାବେ ସର୍ବାଧିକ ସମୟ ଶାସନ କରି ରେକର୍ଡ କରିବାର ଆଶା ରଖିଥିବା ନବୀନଙ୍କୁ ନିରାଶ ହେବାକୁ ପଡ଼ିଛି। ଓଡ଼ିଶା ଲୋକସଭା ଆସନରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି। ରାଜ୍ୟର ୨୧ ଲୋକସଭା ଆସନରୁ ୨୦ଟି ସିଟ୍ ଏକାକୀ ଜିତିଛି ବିଜେପି। କାମ କଲାନି ନବୀନ ଯାଦୁ; ଓଡ଼ିଶାରେ ଫୁଟିଲା ପଦ୍ମ |
ଚଳିତ ନିର୍ବାଚନ ସମସ୍ତଙ୍କୁ ଚମକାଇଦେଇଛି | ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ। ଦୀର୍ଘ ୨୪ ବର୍ଷ ପରେ ସରକାର ବଦଳିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ରହିଛି। ଜୁନ୍ ୪ ତାରିଖରେ ଏକ୍ସପାରୀ ହୋଇଛି ବିଜେଡି ସରକାର। ଆଉ ରାଜ୍ୟରେ ଶାସନ କରିବନି ଶଙ୍ଖ | ଓଡ଼ିଶା ଲୋକସଭା ଆସନରେ ଖାତା ଖୋଲିପାରିଲାନି ବିଜେଡି। ପ୍ରାୟ ସବୁ ପୋଛିନେଲା ବିଜେପି।
ଚଳିତ ନିର୍ବାଚନରେ ବିଜେଡିର ବଡ଼ ପରାଜୟର କାରଣ ହେଉଛି, ନବୀନ ଶାସନରେ ଅଣ ଓଡ଼ିଆଙ୍କ ପ୍ରାଦୁର୍ଭାବ, ମୂଳ ହେଉଛି ପାଣ୍ଡିଆନ୍ଙ୍କ ଏକଛତ୍ରବାଦ ରାଜନୀତି, ଓଡ଼ିଆ ଅସ୍ମିତା ଭାବନାକୁ ତୁଚ୍ଛ ମଣିବା, ଅନ୍ୟ ଏକ ମୂଳ ହେଉଛି ରତ୍ନଭଣ୍ଡାର ଚାବି ହଜିବା, ଚାରିଦ୍ବାର ନଖୋଲିବା, ନେତା କିଛି ନୁହେଁ, ଅଫିସର ହିଁ ସର୍ବେସର୍ବା ଭାବନା ରଖିବା, ମହିଳା ବିରୋଧୀ ହିଂସା, ଶିଶୁ ନିଖୋଜ ଓ ହତ୍ୟା ମାମଲା ବୃଦ୍ଧି ହେବା, ଏବଂ 5T ରୂପାନ୍ତରୀକରଣ ନାଁରେ ତୁଚ୍ଛା ଭେଳିକି, ମୁଖ୍ୟମନ୍ତ୍ରୀଙ୍କୁ ସରକାରର ମନ୍ତ୍ରୀ, ବିଧାୟକ, ମୁଖ୍ୟ ସଚିବ ଓ ପୁଲିସ ଡିଜି ନ ଭେଟିପାରିବା, ବିଜେଡିରେ ପୁରୁଖା ନେତାମାନଙ୍କୁ ସମ୍ପୂର୍ଣ୍ଣ କୋଣଠେସା, ନବୀନ ପଟ୍ଟନାୟକଙ୍କ ସହ ଏକୁଟିଆ ଭେଟିବାର ସୁଯୋଗ ନ ଦିଆଯିବା, ପାଣ୍ଡିଆନ ନିଜକୁ ମୁଖ୍ୟମନ୍ତ୍ରୀ ଭାବେ ଚିତ୍ରଣ କରି ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲିବା |
ଅନ୍ୟପଟେ ବିଜେପି ଓଡ଼ିଶାରେ ବିଜୟ ହେବାର କାରଣ ହେଉଛି, ତେବେ ପ୍ରଥମ ମୂଳ କାରଣ ହେଉଛି, ରତ୍ନଭଣ୍ଡାର ଓ ଚାରିଦ୍ବାର ଖୋଲିବା ଗ୍ୟାରେଣ୍ଟି, ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଗ୍ୟାରେଣ୍ଟି, ଓଡ଼ିଆ ଅସ୍ମିତାକୁ ବଡ଼ ମୁଦ୍ଦା କରିବା, ବିଜେଡିର ଅଫିସରରାଜ୍ ଓ ଏସଏଚ୍ଜି ନାଁରେ ଚାଲିଥିବା ବିଜେଡି ଭୋଟ୍ ବ୍ୟାଙ୍କରେ ଜୋରଦାର ପ୍ରହାର, କେନ୍ଦ୍ର ବିଜେପି ନେତାଙ୍କ ଘନ ଘନ ପ୍ରହାର |