Pratidin TV

Odisha's Digital News Platform

IAS ରେ ବଡ଼ ଧରଣର ଅଦଳବଦଳ, IAS ନିକୁଞ୍ଜ ବିହାରୀ ଧଳ ହେଲେ IDCO ର ଅତିରିକ୍ତ ଅଧ୍ୟକ୍ଷ

1 min read

ପୂର୍ବ ସରକାରରେ ଥିବା ପାୱାରଫୁଲ ଅଫିସରଙ୍କ ଆଉ ରହିବନି ପାୱାର | କାରଣ ଏବେ ଆକ୍ସନ ମୁଡ଼କୁ ଆସିଛନ୍ତି ମୋହନ ସରକାର | ନବୀନଙ୍କ ପାଇଁ ଯେଉଁ ସବୁ ସରକାରୀ ଅଫିସର ଖାସ ଥିଲେ ଆଜି ସେହି ଅଫିସରମାନେ ନୂଆ ମୁଖ୍ୟମନ୍ତ୍ରୀ ତଥା ମୋହନ ଚରଣ ମାଝୀଙ୍କ ପାଇଁ ଅଲୋଡ଼ା | ରାତାରାତି ମଧ୍ୟରେ ବଦଳିଲା IAS ଚୌକି ଏବଂ ଅଦଳବଦଳ ହେଲେ IAS ଅଫିସର |

ପୂର୍ବ ନବୀନ ସରକାରରେ ଯେଉଁ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିଲା ସେହି ନିଯୁକ୍ତିକୁ ବଦଳାଇ ଦେଇଛନ୍ତି ମୋହନ ସରକାର | ଆଉ ଏହି ନୂଆ ସରକାରଙ୍କ ନୂଆ କାର୍ଯ୍ୟାଳୟରେ ହୋଇଛି ନବକଳେବର |

ନିକୁଞ୍ଜ ବିହାରୀ ଧଳ: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଭୁବନେଶ୍ୱରରେ ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇକରୋ)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ନିକୁଞ୍ଜ ଧଳ ଦାୟିତ୍ୱ ଗ୍ରହଣ କରିବା ପରେ ଆଇଏଏସ ହେମନ୍ତ ଶର୍ମାଙ୍କ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଶେଷ ହୋଇଛି।

ସୁରେନ୍ଦ୍ର କୁମାର: ବର୍ତ୍ତମାନ ଜିଏ ଓ ପିଜି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟରତ ତଥା ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଆଇଏଏସ୍ (୧୯୯୩) ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ। ଫଳରେ ସୁରେନ୍ଦ୍ର କୁମାର ଦାୟିତ୍ୱ ନେବା ପରେ ଏହି ଭୂମିକାରେ ଆଇଏଏସ୍ ଜି ମାଥିଭାଥାନନଙ୍କ ଅତିରିକ୍ତ ନିଯୁକ୍ତି ଭାବେ ଯେଉଁ ଦାୟିତ୍ୱ ତୁଲାଉଥିଲେ ତାକୁ ପ୍ରତ୍ୟାହାର କରିନେଇଛନ୍ତି।

ଜି ମାଥିଭାଥନନ: ଗୋପବନ୍ଧୁ ପ୍ରଶାସନ ଏକାଡେମୀରେ ପ୍ରଶିକ୍ଷଣ ସମନ୍ୱୟ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ । ମାଥିଭାଥନନ ଦାୟିତ୍ୱ ଗ୍ରହଣ କରିବା ପରେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନ ଏକାଡେମୀର ପ୍ରଶିକ୍ଷଣ ସମନ୍ୱୟ ମହାନିର୍ଦ୍ଦେଶକ ଭାବେ ଅନୁ ଗର୍ଗଙ୍କ ଅତିରିକ୍ତ ଦାୟିତ୍ୱ ଏହି ନିଯୁକ୍ତି ଶେଷ ହୋଇଛି।

ହେମନ୍ତ ଶର୍ମା: ଇପିକୋଲର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ରେ ଥିବା ଶିଳ୍ପ ବିଭାଗର ପ୍ରମୁଖ ସଚିବ ଆଇଏଏସ୍ (୧୯୯୫) ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଆଣ୍ଡଏମଇ) ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ବଜାୟ ରଖିପାରିବେ। ଏହା ଦ୍ୱାରା ହେମନ୍ତ ଶର୍ମା ଦାୟିତ୍ୱ ନେବା ପରେ ଏହି ଭୂମିକାରେ ଥିବା ଶାଶ୍ୱତ ମିଶ୍ରଙ୍କ ଅତିରିକ୍ତ ନିଯୁକ୍ତି ଶେଷ ହୋଇଛି।

ଶାଶ୍ୱତ ମିଶ୍ର: ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଆଇଏଏସ୍ (୧୯୯୬) ଓଏସଏସଏସସି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ସହ ଉଭୟ ଅର୍ଥ ବିଭାଗ ଓ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ବଜାୟ ରଖିପାରିବେ। ଶାଶ୍ୱତ ମିଶ୍ର ଦାୟିତ୍ୱ ଗ୍ରହଣ କରିବା ପରେ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ବିଶାଲ କୁମାର ଦେବଙ୍କ ଅତିରିକ୍ତ ଦାୟିତ୍ୱ ଶେଷ ହୋଇଛି ।

ଉଷା ପାଢୀ: ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ରେ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା (ଏସଡି ଆଣ୍ଡ ଟିଇ) ବିଭାଗର ପ୍ରମୁଖ ସଚିବ ଆଇଏଏସ୍ (୧୯୯୬) ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ବଜାୟ ରଖିପାରିବେ।

ବିଶାଲ କୁମାର ଦେବ: ଆଇଏଏସ୍ (୧୯୯୬), ବର୍ତ୍ତମାନ ଗ୍ରିଡକୋର ଅଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱରେ ଥିବା ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି (ଇଆଣ୍ଡ ଆଇଟି) ବିଭାଗର ପ୍ରମୁଖ ସଚିବ ଭାବେ ବର୍ତ୍ତମାନ ଇଆଣ୍ଡଆଇଟି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ ଡିସି)ର ଅଧ୍ୟକ୍ଷ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ବଜାୟ ରଖାଯାଇଛି।

ଭାସ୍କର ଜ୍ୟୋତି ଶର୍ମା: ଓଡ଼ିଶାର ଲ୍ୟାଣ୍ଡ ରେକର୍ଡସ୍ ଆଣ୍ଡ ସେଟଲମେଣ୍ଟ କମିଶନର ଭାସ୍କର ଜ୍ୟୋତି ଶର୍ମାଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-କମ-ସଚିବ ଭାବେ ନିଯୁକ୍ତ କରାଯାଇଛି। ଭାସ୍କର ଶର୍ମା ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଭୂମିକାରେ ଆର୍ ଭିନୀଲ କ୍ରିଷ୍ଣାଙ୍କ ଅତିରିକ୍ତ ନିଯୁକ୍ତି ଦାୟିତ୍ୱ ଶେଷ ହୋଇଛି।

ଆର ଭିନୀଲ କ୍ରିଷ୍ଣା: ଓଡ଼ିଶାର ଲ୍ୟାଣ୍ଡ ରେକର୍ଡଆଣ୍ଡ ସେଟଲମେଣ୍ଟ କମିଶନର ଭାବେ ନିଯୁକ୍ତ ।

Leave a Reply

Your email address will not be published. Required fields are marked *