Pratidin TV

Odisha's Digital News Platform

ମଥୁରାରେ ବଡ଼ ଟ୍ରେନ ଦୁର୍ଘଟଣା, ଟ୍ରେନ ଲାଇନଚ୍ୟୁତ ହୋଇ ଟ୍ରାକରୁ ଖସିଲା ୨୫ଟି ବଗି

ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ | ଗଦା ହୋଇଗଲା ପୁଳାପୁଳା କୋଇଲା | ଉତ୍ତରପ୍ରଦେଶ ମଥୁରାରେ ମାଲବାହୀ ଟ୍ରେନ ଲାଇନ୍ଚ୍ୟୁତ ହେବା ଫଳରେ ଏଭଳି ଘଟଣା ଘଟିଛି | ଟ୍ରେନର ୨୫ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି | ଗତକାଲି ବିଳମ୍ବିତ ରାତିରେ ବୃନ୍ଦାବନ ଷ୍ଟେସନ ଠାରୁ ୮୦୦ ମିଟର ଦୂରରେ ଏହି ଟ୍ରେନ ଦୁର୍ଘଟଣା ଘଟିଛି। ମାଲବାହୀ ଟ୍ରେନଟି ଆଗ୍ରାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସମୟରେ ଲାଇନଚ୍ୟୁତ ହୋଇଛି । ରେଲବାଇ ପୋଲିସ ଓ ବରିଷ୍ଠ ଅଧୁକାରୀ ଘଟଣା ସ୍ଥଳରେ ପହଁଚି ପ୍ରିତି ଅନୁଧ୍ୟାନ କରିଛନ୍ତି । ଟ୍ରାକ ମରାମତି କାମ ଆରମ୍ଭ କରାଯାଇଛି। ଦୁର୍ଘଟଣା ପରେ ୪ଟି ଲାଇନ ମଧ୍ୟରୁ ୩ଟି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ଟ୍ରେନର ଚଳାଚଳ ଆଂଶିକ ଓ କିଛି ଟ୍ରେମ୍ବ ଚଳାଚଳକୁ ସମ୍ପୂର୍ଣ ରୂପେ ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନର ଗତିପଥ ବଦଳାଯାଇଛି । ଟ୍ରେନ୍ ଦୁର୍ଘଟଣାରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରିପୋର୍ଟ ଆସିନାହିଁ | ତେବେ ରେଳବାହୀ ପୋଲିସ ଓ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି |

Leave a Reply

Your email address will not be published. Required fields are marked *