Pratidin TV

Odisha's Digital News Platform

ମଦ ମୁକ୍ତ ହେବ ପୁରା ଓଡିଶା , ସାମାଜିକ ସୁରକ୍ଷା ମନ୍ତ୍ରୀଙ୍କ ବଡ ଘୋଷଣା ।

ଆଜି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ଅବସରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟରୁ ମଦ ହଟାଇବାକୁ ନେଇ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ରାଜ୍ୟରୁ ଖୁବ୍ ଶୀଘ୍ର ପର୍ଯ୍ୟାୟକ୍ରମେ ମଦ ବନ୍ଦ କରାଯିବ । ଧିରେ ଧିରେ ମଦ ମୁକ୍ତ ହେବ ଓଡିଶା । ଆଉ ଏହି ନିଶା ପାଇଁ ହେଉଥିବା କୁକର୍ମ , ଚୋରି ,ଡକାୟର ଏବଂ ହତ୍ୟା ମଧ୍ୟ ରାଜ୍ୟରୁ ବହୁ ମାତ୍ରାରେ କମିବ ।

ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି ନୂଆ ସରକାର । ନିଶା ଦ୍ୱାରା ସମାଜ କଳୁଷିତ ହେଉଛି । ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି । ଓଡ଼ିଶା ସରକାର ମଧ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ । ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ । ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା ପରେ ପର୍ଯ୍ୟାୟକ୍ରମେ ନିଆଯିବ ପଦକ୍ଷେପ ।

Leave a Reply

Your email address will not be published. Required fields are marked *