Pratidin TV

Odisha's Digital News Platform

 ମଲାଇକାଙ୍କ ସହ  ବ୍ରେକଅପ କରିଦେଲେ   ଅର୍ଜୁନ ! ଉଭୟ ପରସ୍ପରକୁ ଦେଖି କରିଦେଲେ  ଅଣଦେଖା ..

1 min read

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ପ୍ରେମ ଜୀବନ ବିଷୟରେ ଅନେକ ସମୟରେ ଆଲୋଚନାରେ ରହିଥା’ନ୍ତି। କିଛି ଦିନ ହେଲା, ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ବ୍ରେକଅପ୍ ଖବର ବଲିଉଡର କରିଡରରେ ଘୂରି ବୁଲୁଛି। ତେବେ ଏହି ଗୁଜବ ଉପରେ ଏବେ ଇନ୍ଧନ ଯୋଗାଇଛନ୍ତି ମଲାଇକା ଓ ଅର୍ଜୁନ ।

ତାବକ, ନିକଟରେ ଏକ ଫ୍ୟାଶନ ଇଭେଣ୍ଟରେ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଯୋଗ ଦେଇଥିଲେ, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଭିଡିଓରେ ଦୁହେଁ ପରସ୍ପରକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ, ମଲାଇକା ଏବଂ ଅର୍ଜୁନ ଇଭେଣ୍ଟରେ ସାଙ୍ଗ ହୋଇ ନୁହେଁ ବରଂ ଅଲଗା ବସିଥିବାର ନଜର ଆସିଛନ୍ତି। ଉଭୟ ପରସ୍ପରଠାରୁ ଦୂରତା ବଜାୟ ରଖିଥିବା ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହି ଭିଡିଓ ଭାଇରାଲ ହେବା ପରେ, ମଲାଇକା ଏବଂ ଅର୍ଜୁନଙ୍କ ବ୍ରେକଅପ୍ ହୋଇଥିବା ନିଶ୍ଚିତ ହୋଇଛି।

Leave a Reply

Your email address will not be published. Required fields are marked *