Pratidin TV

Odisha's Digital News Platform

ଅରବାଜଙ୍କ ଦୁଇ ପତ୍ନୀ ମଲାଇକା ବନାମ ଶୂରାଙ୍କ ମଧ୍ୟରେ କ’ଣ ରହିଛି ଫରକ…

1 min read

ଗତକାଲି ଶୁରାଖାନଙ୍କୁ ବିବାହ କରିଛନ୍ତି ସଲମାନଙ୍କ ଭାଇ ଅରବାଜ ଖାନ । ୫୬ ବର୍ଷ ବୟସରେ ଶୁରାଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ଦହିଁଙ୍କ ଯୋଡି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସମସ୍ତେ ଜାଣ୍‌ତି ଯେ ଅନୋଜଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ମଲାଇକା ଅରୋରା । ତାଙ୍କ ସହ ବିବାହର ବିଚ୍ଛେଦ ପରେ ଦୀର୍ଘବର୍ଷ ପରେ ଅରବାଜ ଖାନ ଜର୍ଜିଆ ଆଣ୍ଡ୍ରିଆନିଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ କରିଥିଲେ । କିନ୍ତୁ ତାଙ୍କ ସହ ମଧ୍ୟ ସମ୍ପର୍କ ବେଶୀ ଦିନ ରହିପାରିଲା ନାହିଁ । ଆଉ ଜର୍ଜିଆଙ୍କ ସହ ବ୍ରେକଅପ୍ ପରେ ଅରବାଜ ଶେଷରେ ତାଙ୍କ ଜୀବନ ସାଥୀ ପାଇଛନ୍ତି । ତେବେ ଅନେକ ଲୋକ ଶୁରା ଖାନଙ୍କୁ ମଲାଇକା ସହିତ ତୁଳନା କରୁଥିବାବେଳେ ଆଉ କିଛି ଲୋକ ଅରବାଜ ଏବଂ ଶୁରାଙ୍କ ବୟସ ପାର୍ଥକ୍ୟକୁ ନେଇ ଟ୍ରୋଲ କରୁଛନ୍ତି ।

ତେବେ ଯଦି ଆମେ ଶୁରା ଖାନ ଏବଂ ମଲାଇକାଙ୍କ ମଧ୍ୟରେ ପାର୍ଥକ୍ୟ ଦେଖିବା ତେବେ ଫ୍ୟାଶନ ପାଇଁ ମଲାଇକା ଚର୍ଚ୍ଚାରେ ଥିବା ବେଳେ ଶୂରା ଖାନ ହେଉଛନ୍ତି ଜଣେ ଫ୍ୟାସନ ଡିଜାଇନର । ମଲାଇକାଙ୍କ ଫ୍ୟାଶନ୍ ସହିତ ସେ ଲୋକଙ୍କୁ ଫିଟ୍ ରହିବାକୁ ମଧ୍ୟ ଉତ୍ସାହିତ କରନ୍ତି । ଅତି ସହଜରେ ତାଙ୍କ ବୟସ କେହି ଜାଣିପାରିବେ ନାହିଁ । ସେହିପରି ଯଦି ଆମେ ଶୁରା ଖାନଙ୍କ ବିଷୟରେ କହିବା, ସେ ଜଣେ ଭଲ ମେକଅପ୍ ଆର୍ଟିଷ୍ଟ । ଅନେକ ବଲିଉଡ ତାରକାଙ୍କ ସହ କାମ କରିଛନ୍ତି । ଶୂରା ନିଜର ବିବାହରେ ମଧ୍ୟ ତାଙ୍କୁ ଗ୍ଲାମରସ୍ ଲୁକ୍ ରେ ଦେଖିବାକୁ ମିଳିଥିଲା । ତେବେ ଅରବାଜ୍ ଏବଂ ଶୁରାଙ୍କ ବିବାହ ଅତି ସରଳ ଢଙ୍ଗରେ ହୋଇଥିଲା । ସୋସିଆଲ ମିଡିଆରେ ଲୋକମାନେ ଅରବାଜଙ୍କ ପ୍ରଥମ ପତ୍ନୀ ମଲାଇକା ଏବଂ ଦ୍ୱିତୀୟ ପତ୍ନୀ ଶୁରା ଖାନଙ୍କ ସହ ତୁଳନା କରୁଛନ୍ତି, ଜଣେ ଉପଭୋକ୍ତା ଏପରିକି କହିଛନ୍ତି ଯେ ମଲାଇକା ଶୁରାଙ୍କଠାରୁ ଲକ୍ଷ ଲକ୍ଷ ଗୁଣ ଭଲ । ଜଣେ ଉପଭୋକ୍ତା ଅରବାଜଙ୍କୁ କହିଥିଲେ, “ବୋହୂ ଆଣିବା ବୟସରେ ତୁମେ ଏକ ସ୍ତ୍ରୀ ଆଣୁଛ ବୋଲି ।

Advertisement

Leave a Reply

Your email address will not be published. Required fields are marked *