Pratidin TV

Odisha's Digital News Platform

ଛାତରୁ ଡେଇଁ ଜୀବନ ହାରିଲେ ମଲାଇକା ଅରୋରାଙ୍କ ପିତା ..

ମଲାଇକା ଆରୋରାଙ୍କ ଉପରେ ଭାଙ୍ଗିପଡିଛି ଦୁଃଖର ପାହାଡ଼ । କାରଣ ଦୁନିଆକୁ ଅଲବିଦା କହିଛନ୍ତି  ଅଭିନେତ୍ରୀଙ୍କ ପିତାଙ୍କ । ଅବିନେତ୍ରୀଙ୍କ ବାପାଙ୍କର ଅଭିନେତ୍ରୀଙ୍କ ପିତାଙ୍କ ଦେହାନ୍ତ ହୋଇଛି । କୁହାଯାଉଛି ଯେ ମଲାଇକା ଆରୋରାଙ୍କ ପିତା ଅନିଲ ଆରୋରା ବାନ୍ଦ୍ରାସ୍ଥିତ ତାଙ୍କ ଘରର ଷଷ୍ଠ ମହଲାରୁ ଡେଇଁ ଜୀବନ ହାରିଛନ୍ତି ।ଏହି ଖବର ମଲାଇକା ଆରୋରାଙ୍କ ପରିବାର ଏବଂ ପରିଚିତମାନଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତାଙ୍କ ପିତାଙ୍କ ଦେହାନ୍ତ ଖବର ପାଇବା ମାତ୍ରେ ଅଭିନେତ୍ରୀ ପୁଣେରୁ ମୁମ୍ବାଇ ଫେରିଥିଲେ । ବର୍ତ୍ତମାନ ମଲାଇକାଙ୍କ ପିତାଙ୍କ ମୃତଦେହ ବାବା ଡାକ୍ତରଖାନାରେ ରଖାଯାଇଛି ବ୍ୟବଚ୍ଛେଦ ପରେ ତାଙ୍କର ଅନ୍ତିମ ସତ୍କାର କରାଯିବ । ଅନିଲ ଆରୋରା କାହିଁକି ଜୀବନ ହାରିଲେ ତାହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ଘଟଣା ବୁଧବାର ସକାଳ ୯ଟାରେ ଘଟିଥିବା ଜଣାପଡିଛି। ଖବରପାଇ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ମଲାଇକାଙ୍କ ଏପରି ଦୁଃଖ ସମୟରେ  ସାଥ ଦେଇଛନ୍ତି  ପୂର୍ବତନ ସ୍ବାମୀ ଅରବାଜ ଖାନ  ।  ତାଙ୍କୁ ଆଶ୍ବାସନା ଦେବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି ଅରବାଜ। ଅରବାଜଙ୍କୁ ମଲାଇକାଙ୍କ ଘର ବାହାରେ ପୋଲିସ ସହ କଥାବାର୍ତ୍ତା କରୁଥିବାର ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *