Pratidin TV

Odisha's Digital News Platform

ମଲାଇକାଙ୍କ ପରିବାର ଉପରେ ଦୁଃଖର କଳାବାଦଲ, ଦୁଃଖଦ ସମୟରେ ସାଥ୍‌ ଦେଲେ ଖାନ ପରିବାର 

ଭାଙ୍ଗିପଡିଛନ୍ତି ମଲାଇକା | ସହର ଦେବାକୁ ପହଞ୍ଚି ଯାଇଛି ପୁରା ବଲିଉଡ | ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ଉପରେ ଛାଇଯାଇଛି ଦୁଃଖର ବାଦଲ | ଅଭିନେତ୍ରୀଙ୍କ ବାପା ଅନିଲ ଅରୋରା ଛାତରୁ ଡେଇଁ ନିଜ ଜୀବନ ହାରିଛନ୍ତି | ସେପଟେ ଏପରି ଦୁଃଖଦ ସମୟରେ ପୂର୍ବତନ ବୋହୂ ମଲାଇକାଙ୍କ ସହ ଛିଡା ହୋଇଛନ୍ତି ପୁରା ଖାନ ପରିବାର | ଏହି ଖବର ଶୁଣିବା ପରେ ଅରବାଜ ଖାନ ଠାରୁ ଆରମ୍ଭ କରି ତାଙ୍କ ପରିବାର ଲୋକେ ମଲାଇକାଙ୍କ ଘରେ ପହଞ୍ଚିଛନ୍ତି | ଅନ୍ୟପଟେ ମଲାଇକାଙ୍କ ବାପା ଦେହାନ୍ତ ଖବର ଶୁଣି ପୁରା ବଲିଉଡ ମଲାଇକାଙ୍କ ଘରେ ପହଁଞ୍ଚିଛନ୍ତି | ମଲାଇକାଙ୍କୁ ସାହାରା ଦେବା ଆପି ଖାନ ପରିବାର ଠାରୁ ଆରମ୍ଭ କରି ତାଙ୍କ ସାଙ୍ଗମାନେ ମଧ୍ୟ ସେଠାରେ ପହଁଞ୍ଚିଛନ୍ତି |

ତେବେ ପ୍ରଥମେ ମଲାଇକା ପୂର୍ବତନ ସ୍ୱାମୀ ଅରବାଜ ଖାନ ତାଙ୍କ ଘରେ ପହଞ୍ଚିଥିବା ବେଳେ ପରେ ପୁଅ ସୋହେଲା ଖାନ , ସଲିମ ଖାନ ସମସ୍ତେ ମଲାଇକାଙ୍କ ଘରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା | ଏହାପରେ ସାଙ୍ଗ ସୈଫ ଅଲି ଖାନ , କରିନା କପୁର, ଅନନ୍ୟା ପାଣ୍ଡେ, ଚଙ୍କି ପାଣ୍ଡେ ମଧ୍ୟ ମଲାଇକାଙ୍କ ଘରେ ପହଞ୍ଚିଥିଲେ | ପୂର୍ବରୁ ଚର୍ଚ୍ଚାରେ ଥିବା ବଏଫ୍ରେଣ୍ଡ ଅର୍ଜୁନ କପୁର ମଲାଇକାଙ୍କ ଲୁହ ପୋଛିବାକୁ ତାଙ୍କ ଘରେ ପହଞ୍ଚିଥିଲେ |

ସୂଚନା ଅନୁଯାୟୀ, ବୁଧବାର ଦିନ ଅନୀଲ ଅରୋରା ସକାଳେ ନିଜ ମୁମ୍ବାଇ ବାନ୍ଦ୍ରାସ୍ଥିତ ଫ୍ଲାଟର ଟେରାସରୁ ଡେଇଁ ପଡ଼ିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ପୁଲିସ ପହଞ୍ଚି ଯାଞ୍ଚ କରିବା ସହ ସିସିଟିଭି ଫୁଟେଜ୍ର ଖୋଳତାଡ଼ କରୁଛି।ତେବେ ତାଙ୍କ ମୃତ ଶରୀର ପାଖରେ ମଧ୍ୟ କୌଣସି ନୋଟ ମଧ୍ୟ ମିଳିନାହିଁ | ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ତଦନ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *