Pratidin TV

Odisha's Digital News Platform

ହିନ୍ଦୀ ନୁହେଁ ଓସ୍କାର ୨୦୨୪ ଦୌଡରେ ସାମିଲ ହେଲା ମାଲାୟାଲମ୍ ଫିଲ୍ମ ‘୨୦୧୮’

1 min read

ଭାରତ ପାଇଁ ଆସିଲା ଖୁସି ଖବର । ଚଳିତ ଥର ମଧ୍ୟ ଭାରତୀୟ ଫିଲ୍ମ ଓସ୍କାର ଦୌଡରେ ସାମିଲ ହୋଇଛି । ୨୦୨୩ରେ ଭାରତ ଓସ୍କାର ଆୱାର୍ଡ ପାଇଥିବା ବେଳେ ୨୦୨୪ରେ ମଧ୍ୟ ଏକ ଫିଲ୍ମର ନା ନୋମିନେଟ ହୋଇଛି । ଓସ୍କାର ଆୱାର୍ଡ ୨୦୨୪ରେ ବାଜି ମାରିଲା ମାଲାୟାଲମ୍ ଫିଲ୍ମ । ଭାରତ ପକ୍ଷରୁ ମାଲାୟାଲମ୍ ଫିଲ୍ମ ‘୨୦୧୮’ ଓସ୍କାର ଆୱାର୍ଡ ୨୦୨୪ ପାଇଁ ମନୋନୀତ ହୋଇଛି । ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଏନେଇ ଘୋଷଣା କରିଛି । ଫିଲ୍ମ ‘୨୦୧୮ ଏଭ୍ରିୱାନ ଇଜ୍ ଏ ହିରୋ’ ଏକ ସତ୍ୟ ଘଟଣା ୁପରେ ଆଧାରିତ ହୋଇଛି । ୨୦୧୮ରେ କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଉପରେ ଏହି ଚଳଚ୍ଚିତ୍ରର କାହାଣୀ ରହିଛି । ଫିଲ୍ମରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ମାନବର ବିଜୟକୁ ଦେଖାଯାଇଛି । ଫିଲ୍ମ ‘୨୦୧୮’ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ କାଟାଗୋରୀରେ ଓସ୍କାର ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ ।

ମିଳିଥିବା ସୂଚନା ଅନୁଯାୟୀ ୨୦୦୨ରେ ଫିଲ୍ମ ‘ଲଗାନ୍‌’ ପରେ କୌଣସି ବି ଭାରତୀୟ ଫିଲ୍ମକୁ ଓସ୍କାରରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ପାଇଁ ମନୋନୀତ କରାଯାଇ ନ ଥିଲା । ତେବେ ଏହାପୂର୍ବରୁ କେବଳ ଦୁଇଟି ଅନ୍ୟ ଫିଲ୍ମ ଅନ୍ତିମ ପାଞ୍ଚ ରେ ଜାଗା ସୃଷ୍ଟି କରିପାରିଥିଲା । ଫିଲ୍ମ ଦୁଇଟି ହେଲା, ଅଭିନେତ୍ରୀ ନର୍ଗିସଙ୍କ ‘ମଦର ଇଣ୍ଡିଆ’ ଏବଂ ମୀରା ନାୟରଙ୍କ ‘ସଲାମ ବମ୍ବେ’ । ୨୦୨୩ରେ ରିଲିଜ୍ ହୋଇଥିବା ଫିଲ୍ମ ପାଇଁ ୯୬ତମ ଓସ୍କାର ୨୦୨୪ ମାର୍ଚ୍ଚ ୧୦ରେ ଲସ୍ ଏଞ୍ଜେଲସରେ ଆୟୋଜିତ ହେବ ।

Advertisement

ମାଲାୟାଲମ୍ ଫିଲ୍ମ ‘୨୦୧୮’ ଓସ୍କାର ୨୦୨୪ ପାଇଁ ମନୋନୀତ ହେବା ପୂର୍ବରୁ ‘ଦ କେରଳ ଷ୍ଟୋରୀ’, ‘ରକି ଔର୍ ରାଣୀ କି ପ୍ରେମ କାହାଣୀ’, ‘ମିସେସ ଚାଟାର୍ଜୀ ବନାମ ନରେୱ’, ‘ବାଲାଗମ୍‌’, ‘ବାଲବି’, ଏବଂ ୧୯୪୭ ସମେତ ୨୨ଟି ଫିଲ୍ମର ନାମ ଦିଆ ଯାଇଥିଲା । ହେଲେ ଶେଷରେ ଫିଲ୍ମ ‘୨୦୧୮ ଏଭ୍ରିୱାନ ଇଜ ଏ ହିରୋ’ ବାଜି ମାରିନେଇଥିଲା । ଜୁଡ ଏଏନଥୋନୀ ଜୋସେଫଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଟୋଭିନୋ ଥୋମାସ୍‌, କୁଞ୍ଚାକୋ ବୋବନ୍‌, ଆସିଫ୍ ଅଲି ଭଳି ପ୍ରମୁଖ କଳାକାରମାନେ ମୁଖ୍ୟ ଭୂମକାରେ ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *